www.samajalive.in
Monday, December 8, 2025
14.1 C
Bhubaneswar

ବୁଲନ୍ଦ ସହର ହିଂସାକାଣ୍ଡ ଓ ହତ୍ୟା ମାମଲା: ବଜରଙ୍ଗ ଦଳର ନେତା ସମେତ ୫ ଗିରଫ

ବୁଲନ୍ଦ ସହର: ବୁଲନ୍ଦ ସହରରେ ଅବୈଧ ଗୋ-ହତ୍ୟା ଅଭିଯୋଗରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ତୀବ୍ର ରୂପ ଧାରଣ କରିବା ପରେ ଘଟଣାକୁ ନେଇ ପୁଲିସ ପକ୍ଷରୁ ଗିରଫ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୫ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ମୋଟ୍‍ ୭୫ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ସାମ୍ନାକୁ ଆସିଛି। ବଜରଙ୍ଗ ଦଳ ସହ ଜଡ଼ିତ ଯୋଗେଶ ରାଜ ଏହି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି।
ପୁଲିସ ଏଫଆଇଆରରେ ମଧ୍ୟ ଯୋଗେଶ ରାଜଙ୍କ ନାମ ରହିଛି। ଯୋଗେଶ ରାଜ ଓ ତାଙ୍କ ସହଯୋଗୀ ଅବୈଧ ଗୋ-ହତ୍ୟା ଘଟଣାକୁ ସମଗ୍ର ଅଞ୍ଚଳରେ ପ୍ରଚାର କରିବା ସହ ଅଞ୍ଚଳବାସୀଙ୍କୁ ଆନ୍ଦୋଳନ ପାଇଁ ପ୍ରୋତ୍ସାହିତ କରିଥିଲେ।
୩ଡିସେମ୍ବରରେ ବୁଲନ୍ଦସହରର ଏକ ଚାଷ ଜମିରେ ଗୋ-ମାଂସ ଉଦ୍ଧାର ହେବା ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଦେଖୁଦେଖୁ ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଏତେ ମାତ୍ରାରେ ତୀବ୍ର ରୂପ ଧାରଣ କଲା ଯେ, ଏହାକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳର ଥାନାରେ ମାତ୍ର ୬ଜଣ ପୁଲିସ ଉପସ୍ଥିତ ଥିବାବେଳେ ଉତ୍ତେଜିତ ଅଞ୍ଚଳବାସୀ ଥାନାକୁ ଏକପ୍ରକାର ଘେରି ନେଇଥିଲେ। ଏହି ଘଟଣାରେ ସୁବୋଧ କୁମାର ସିଂହ ନାମକ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା। ଆନ୍ଦୋଳନକାରୀ ମାନେ ଥାନା ଉପରେ ଅଚାନକ ଚଢଉ କରିବା ସହ ସହିଦ ସୁବୋଧ କୁମାରଙ୍କ ସରକାରୀ ବନ୍ଧୁକ ଛଡ଼ାଇ ନେଇଥିଲେ। ସରକାରଙ୍କ ପକ୍ଷରୁ ସହିଦ ସୁବୋଧ କୁମାର ସିଂହଙ୍କ ପରିବାରବର୍ଗଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ୟୁପି ସରକାର ଏହି ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories