www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶାରୁ ଦୁବାଇ ଗଲା ଡ୍ରାଗନ୍‌ : ଉପମୁଖ୍ୟମନ୍ତ୍ରୀ କନକଙ୍କ ଫାର୍ମରେ ହୋଇଥିଲା ଚାଷ

ଭୁବନେଶ୍ୱର : ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି। ବଲାଙ୍ଗିର ଜିଲାର ପାଟଣାଗଡ଼ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଫାର୍ମରେ ହୋଇଥିବା ଏହି ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ, ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଲେ ଯେ, କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଫଳପ୍ରଦ ହୋଇଛି ଏବଂ ଇଣ୍ଡିଗୋ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇ ପଠାଯାଇଛି। ରାଜନୀତି କରିବା ଭିତରେ ବି ସେ ଚାଷ କାର୍ଯ୍ୟ ଜାରି ରଖିଥିଲେ। ଡ୍ରାଗନ ଫଳର ଚାହିଦା ବିଦେଶରେ ବହୁତ ଅଧିକ। ଏହି ଡ୍ରାଗନ ଫଳ ଚାଷ ସମ୍ପୂର୍ଣ୍ଣ ରୂପେ ଜୈବିକ ପ୍ରକ୍ରିୟାରେ ହୋଇଛି। ଯାହାଦ୍ୱାରା ଫଳର ପୌଷ୍ଟିକ ତତ୍ତ୍ୱ ଅକ୍ଷୁଣ୍ଣ ରହିବା ସହ ଅନ୍ୟ ରାସାୟନିକ ସାର ଦେଇ ଉତ୍ପାଦନ ହେଉଥିବା ଫଳ ତୁଳନାରେ ଅଧିକ ଦିନ ସତେଜ ରହିବ। ଡ୍ରାଗନ ଫଳ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକାରୀ। ଏହାର ସେବନ ଦ୍ୱାରା ଶରୀରରେ କ୍ୟାନ୍‌ସର୍‌, ଡାଇବେଟିସ, କୋଷ୍ଠକାଠିନ୍ୟ ଭଳି ବେମାରୀର ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ସିଂହଦେଓ କହିଥିଲେ। ପୂର୍ବରୁ ଢେଙ୍କାନାଳର ଆମ୍ବ, ବଲାଙ୍ଗିରର ପୋଟଳ ବିଦେଶ ଯାଇସାରିଛି। ଆଗାମୀ ଦିନରେ ଓଡ଼ିଶାରୁ ଉନ୍ନତ ମାନର କୃଷି ଉତ୍ପାଦ ବଡ଼ ଆକାରରେ ବିଦେଶକୁ ରପ୍ତାନୀ କରାଯିବା ଲକ୍ଷ୍ୟ ରହିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ। ଉଦ୍ୟାନ କୃଷି ନିର୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ‘ଆପେଡ଼ା’ ଓ ‘ପାଲାଡିୟମ୍‌’ର ସୀତାକାନ୍ତ ମଣ୍ଡଳ, ବିଶ୍ୱଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories