ଘାଟି ରାସ୍ତା ପରିଦର୍ଶନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟି ରାସ୍ତା ପାଲଟିଛି ମରଣଯନ୍ତା। କେବେ ଦୁର୍ଘଟଣା ପାଇଁ ତ ଆଉ କେବେ ବିପର୍ଯ୍ୟନ୍ତ ରାସ୍ତା ପାଇଁ ଗାଡି ଖରାପ ହୋଇ ଦୀର୍ଘ ଦିନ ଧରି ରାସ୍ତା କାମ ହଟୁନି । ହେଲେ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ତେବେ ଏଥିନେଇ କିଛି ଦିନ ପୁର୍ବରୁ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ଜାତୀୟ ରାଜପଥ ବିଭାଗ ପିଡି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ବେଳେ ସୋମ‌ବାର ଘାଟି ରାସ୍ତା ପରିଦର୍ଶନ ରେ ଆସିଥିଲେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଡ଼ା ମହାପାତ୍ରଙ୍କ ସହ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ, ବିଜେପି ବରିଷ୍ଠ ନେତା ସଂଜିବ ମହାନ୍ତି, ଏନଏଚଆଇ ପିଡି ଜେପି ବର୍ମା, ଏଡିଏମ ବିଭୂତି ଭୁଷଣ ନାୟକ,ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ରଂଞ୍ଜନ ଦଣ୍ଡପାଟ, ତହସିଲଦାର ସିତାଂଶୁ ଶେଖର ଦାସ, ଥାନା ଅଧିକାରୀ ରୋଜାଲିନ ବେହେରା ପ୍ରମୁଖ ଅଧିକାରୀ ମାନଙ୍କୁ ନେଇ ଘାଟି ରାସ୍ତା ବିଷୟରେ ପୁଙ୍ଖନାପୁଙ୍ଖ ଆଲୋଚନା ହୋଇଥିଲା ।

ଆସନ୍ତା ଦୁଇ ଦିନ ମଧ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ବୋଲି ମନ୍ତ୍ରୀ ପ୍ରତିଶୃତି ଦେବା ସହ ଚାଲିଥିବା ସଂପ୍ରସାରଣ କାର୍ଯ୍ୟକୁ ତୁରନ୍ତ ସାରିବାକୁ ସଂପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାଙ୍ଗିରିପୋଷି ବଜାର ନିକଟରେ ଥିବା ଗୋଳାପୋଲ ପାଖରେ ଜମି ଅଧ‌ିଗ୍ରହଣ ହୋଇ ନଥିବାରୁ ବଡ ବଡ ଯାନବାହାନ ଗୁଡିକୁ ଚଳାଇବାକୁ ଅସୁବିଧା ଭୋଗୁଛନ୍ତି । ଏଥିନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ପିଡି ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସ୍ଥାନୀୟ ମଣଦା ନିକଟରେ ଥିବା ଫୁଟ ଓଭରବ୍ରିଜକୁ କାର୍ଯ୍ୟକ୍ଷମ କରିବା ସହ ଉକ୍ତ ସ୍ଥାନ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ଚାଲିଥିବାରୁ ଯାତ୍ରୀ ମାନଙ୍କ ସୁବିଧାକୁ ଲକ୍ଷ୍ୟ କରି ଏକ ନୂତନ ଗୋଳାପୋଲ ନିର୍ମାଣ କାରିବାକୁ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ ପ୍ରସ୍ତାବ ଦେଇଥିଲେ । ଅନ୍ୟପକ୍ଷେ ଘାଟି ରାସ୍ତାର ସଂପ୍ରସାରଣ କାମ ଅତ୍ୟନ୍ତ ନୌରାଶ ଜନକ ତଥା ମନ୍ଥର ଗତିରେ କରୁଥିବା ଜୟ ମାତା ଦି କମ୍ପାନୀ ବିରୋଧରେ ପିଡି ଙ୍କୁ ପ୍ରଶ୍ନ ପଚାରିବାରୁ ସେ କୌଣସି ସୂଚନା ନଦେଇ ଏଡାଇ ଯାଇଥିଲେ । ଯାହାକି ଉପସ୍ଥିତ ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା ।

Comments are closed.