www.samajalive.in
Sunday, December 7, 2025
14.1 C
Bhubaneswar

ପନୀର ଦୋସା

ଆବଶ୍ୟକ ସାମଗ୍ରୀ
ବିରି , ମିକ୍ସ ଡ଼ାଲି ( ଚଣା, ହରଡ଼, ମୁଗ )
ସୁଜି – ୧କପ
ତେଲ – ଆବଶ୍ୟକ ପରିମାଣରେ
ଅରୁଆ ଚାଉଳ – ୪କପ
ଚିନି – ୨ ଚାମଚ
ହେଙ୍ଗୁ ସାମାନ୍ୟ
ଲୁଣ – ସ୍ୱାଦନୁଯାୟୀ
ପୁର ପାଇଁ
ପନୀର – ୫୦ ଗ୍ରାମ
କଟା ପିଆଜ – ୧ଟି
କଟା ଧନିଆ ପତ୍ର – ଅଳ୍ପ
କଟା କଞ୍ଚା ଲଙ୍କା – ୩ଟି
କଟା କାଜୁ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳ ଓ ସମସ୍ତ ବିରି ,ଡ଼ାଲିକୁ ବତୁରାଇ ୫ ଘଣ୍ଟା ରଖି ଦିଅନ୍ତୁ। ୫ ଘଣ୍ଟା ପରେ ବତୁରାଇଥିବା ଚାଉଳ ଓ ଡ଼ାଲିକୁ ପେଶି ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ। ଏବେ ଏହି ପେଷ୍ଟରେ ସୁଜି, ତେଲ, ଲୁଣ, ହେଙ୍ଗୁ ଓ ଚିନିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣ ପେଷ୍ଟକୁ ୬ ରୁ ୭ ଘଣ୍ଟା ରଖନ୍ତୁ।
ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜିହେବା ପରେ ଏବେ କାଜୁ ପକାଇ ଭାଜନ୍ତୁ। ଏହାପରେ ପନୀର, କଞ୍ଚା ଲଙ୍କା, ଲୁଣ ପକାଇ ପୁଣି ଭାଜନ୍ତୁ। ଭାଜିବା ପରେ ଏହାକୁ ଉପରେ ଧନିଆ ପତ୍ର ପକାଇ ଏକ ପାତ୍ରକୁ କାଢି ଏହି ଭଜା ମିଶ୍ରଣକୁ ରଖନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ଦୋସା ପାଇଁ ପ୍ରସ୍ତୁତ ହୋଇଥିବା ଆଣରୁ ଏକ ଚାମଚରେ ନେଇ ଦୋସା ପ୍ରସ୍ତୁତ କରନ୍ତୁ। ଦୋସା ପିଠାର ଗୋଟେ ପାଖ ହୋଇଗଲେ ଏହା ମଧ୍ୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭଜା ମିଶ୍ରଣକୁ ଭରନ୍ତୁ। ଭରିବା ପରେ ଏହାକୁ ମଧ୍ୟମରୁ ଭାଙ୍ଗ ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର ଦୋସା। ଏହାକୁ ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories