www.samajalive.in
Wednesday, December 10, 2025
15.1 C
Bhubaneswar

ଏସବୁ ଖାଦ୍ୟକୁ ପୁନର୍ବାର ଗରମ କରି ଖାଇବା ବିଷ ସଦୃଶ

ସାଧାରଣତଃ ଖାଦ୍ୟକୁ ଥରେ ରାନ୍ଧି ପରେ ଗରମ କରି ଖାଇବା ଅଭ୍ୟାସ ପ୍ରାୟ ସମସ୍ତଙ୍କର ଥାଏ। ହେଲେ ଲୋକେ ଏ ବିଷୟରେ ଅଜଣା ଥାଆନ୍ତି ଯେ କିଛି ଖାଦ୍ୟ ଏପରି ଅଛି ଯାହାକୁ ଥରେ ରାନ୍ଧି ପରେ ପୁଣି ଗରମ କରି ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ଅନେକ ରୋଗ ଦେଖା ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟକୁ ପୁଣିଥରେ ଗରମ କରି ଖାଇବା ଅନୁଚିତ୍ –

ଅଣ୍ଡା ଭୁଜିଆକୁ ଦ୍ବିତୀୟ ଥର ଗରମ କରି ଖାଇବା ଦ୍ବାରା ଫୁଡ୍ ପଏଜନିଂ ହେବାର ଆଶଙ୍କା ଅଧିକ ଥାଏ। ଏହାକୁ ଦ୍ବିତୀୟ ଥର ଗରମ କରିବା ଦ୍ବାରା ଏହା ବିଷାକ୍ତ ହୋଇଯାଇଥାଏ। ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ଖରାପ କରି ଦେଇଥାଏ।

- Advertisement -

ଛତୁକୁ ରୋଷେଇ କରିବା ପରେ ତୁରନ୍ତ ଖାଇବା ଉଚିତ୍। କାରଣ ଛତୁକୁ ପୁନର୍ବାର ଗରମ କରିବା ଦ୍ବାରା ଏଥିରେ ଥିବା ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ। ଯାହା ପେଟ ପାଇଁ କ୍ଷତିକାରକ ହୋଇଥାଏ।

ଚିକେନକୁ ପୁଣି ଥରେ ଗରମ କରି ଖାଇବା ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହାକୁ ପୁନର୍ବାର ଗରମ କରିବା ଦ୍ବାରା ପ୍ରୋଟିନର କମ୍ପୋଜିସନ ବିଗିଡ଼ି ଯାଇଥାଏ, ଯାହା ଦ୍ବାରା ପାଚନ କ୍ରିୟା ଉପରେ ପ୍ରଭାବ ପଡ଼ିଥାଏ।

ଭାତକୁ ପୁଣି ଥରେ ଗରମ କଲେ ବ୍ୟାକ୍ଟେରିଆ ଅନେକ ମାତ୍ରାରେ ବଢ଼ିଯାଇଥାଏ ଯାହା ଦ୍ବାରା ବାନ୍ତି, ଡାଇରିଆ ଭଳି ରୋଗ ହେବାର ଆଶଙ୍କା ଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories