www.samajalive.in
Monday, December 15, 2025
14.1 C
Bhubaneswar

ମାନିଲେ ସାନିଆ – ଶୋଏବଙ୍କ ସହ ହୋଇଛି ଛାଡପତ୍ର

ଡେସ୍କ: ସାନିଆ ମିର୍ଜାଙ୍କ ପରିବାର କହିଛନ୍ତି ଯେ ଭାରତୀୟ ଟେନିସ୍ ଆଇକନ୍ ସାନିଆ ଏବଂ ଶୋଏବ ମଲିକ ଅଲଗା ହୋଇଯାଇଛନ୍ତି। ପାକିସ୍ତାନୀ କ୍ରିକେଟର ଶୋଏବ, ସାନା ଜାଭେଦଙ୍କ ସହ ଦ୍ୱିତୀୟ ବିବାହ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ବିଷୟ ପ୍ରକାଶ ପାଇଛି।

୪୧ ବର୍ଷୀୟ ଶୋଏବ ମଲିକ ଶନିବାର ଦିନ ସାନାଙ୍କ ସହ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି।

ଇଭିଏମ ହିସାବ – ପ୍ରତି ୧୫ ବର୍ଷରେ ଦରକାର ୧୦ ହଜାର କୋଟି

- Advertisement -

ସାନିଆଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣଙ୍କ ଠାରୁ ଦୂରେଇ ରଖିଛନ୍ତି। ସେ ଶୋଏବଙ୍କୁ ଏହି ନୂଆ ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କୌଣସି କଳ୍ପନା ଜଳ୍ପନାରୁ ନିବୃତ୍ତ ରହିବାକୁ ଏବଂ ତାଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ପରିବାର ବର୍ଗ ଅନୁରୋଧ କରିଛନ୍ତି।

ମଙ୍ଗଳ ଗ୍ରହରେ ମିନି ହେଲିକପ୍ଟର ସହିତ ପୁଣି ସମ୍ପର୍କ ସ୍ଥାପନ କଲା ନାସା

ଶୋଏବ ମଲିକ ଏବଂ ସାନିଆ ମିର୍ଜା ୨୦୧୦ ଏପ୍ରିଲରେ ହାଇଦ୍ରାବାଦରେ ବିବାହ କରିଥିଲେ। ସେମାନଙ୍କର ଏକ ପାଞ୍ଚ ବର୍ଷର ପୁଅ ଇଜାନ ଅଛନ୍ତି, ଯିଏ ବର୍ତ୍ତମାନ ମିର୍ଜାଙ୍କ ସହ ରହୁଛନ୍ତି।

ଷ୍ଟେଜ ସୋ’ରେ ଅଘଟଣ, ଷ୍ଟେଜରୁ ଖସିପଡି ଭାରତୀୟ ସିଇଓ ମୃତ

ଭାରତର ସର୍ବଶ୍ରେଷ୍ଠ ଟେନିସ୍ ଖେଳାଳି ସାନିଆ ଗତ ଦଶନ୍ଧି ଧରି ଏକ ଚମତ୍କାର କ୍ୟାରିୟର ପରେ ଗତ ବର୍ଷ ବୃତ୍ତିଗତ ଟେନିସରୁ ଅବସର ଘୋଷଣା କରିଥିଲେ। ସେ ଡବଲ୍ସ ଏବଂ ମିକସଡ଼ ଡବଲ୍ସ ଇଭେଣ୍ଟରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories