www.samajalive.in
Saturday, December 6, 2025
26.1 C
Bhubaneswar

ଷ୍ଟେଜ ସୋ’ରେ ଅଘଟଣ, ଷ୍ଟେଜରୁ ଖସିପଡି ଭାରତୀୟ ସିଇଓ ମୃତ

ଡେସ୍କ: ବହୁରାଷ୍ଟ୍ରୀୟ ଆମେରିକୀୟ ସଫ୍ଟୱେର୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ସିଇଓ) ସଞ୍ଜୟ ଶାହା ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ କମ୍ପାନୀର ରୌପ୍ୟ ଜୟନ୍ତୀ ଉତ୍ସବର ଏରିଏଲ୍ ସୋ ସମୟରେ ଷ୍ଟେଜରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି। ଏକ ଭିଡିଓରେ ଦର୍ଶାଯାଇଛି ଯେ ସେ ଉପରୁ ତଳକୁ ଏକ ଲୁହା ତିଆରି ଷ୍ଟେଜରେ ଆସୁଥିବା ବେଳେ ହଠାତ ତାହା ଛିଡି ପଡିବା ଫଳରେ ସେ ତଳେ ପଡି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା।


ଭେଷ୍ଟେକ୍ସ ଏସିଆର ପ୍ରତିଷ୍ଠାତା ୫୬ ବର୍ଷୀୟ ସଞ୍ଜୟ ଶାହା ଏବଂ ତାଙ୍କ ସହକର୍ମୀ ୫୨ ବର୍ଷୀୟ ବିଶ୍ୱନାଥ ରାଜ ଦତ୍ତଲା ଏକ ଲୁହା ତିଆରି କ୍ଷୁଦ୍ର କୋଠରୀରେ ଥିଲେ, ଯାହା ଏରିଏଲ୍ ସୋ ସମୟରେ ଉପରୁରୁ ତଳକୁ ଖସିବାକୁ ଥିଲା। କିନ୍ତୁ ସେହି ଲୁହା ତିଆରି କ୍ଷୁଦ୍ର କୋଠରୀ ବନ୍ଧା ଯାଇଥିବା ଲୁହା ଚେନ୍ ଗୋଟିଏ ପଟୁ ଛିଡି ଯିବାରୁ ଉଭୟ ତଳେ ପଡିଯାଇଥିଲେ।

୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ପାଇବେ ରାଜ୍ୟପାଳ ପଦକ

- Advertisement -


ଶାହାଙ୍କ ଗୋଡ ଏବଂ ହାତରେ ଆଘାତ ଲାଗିଥିବା ବେଳେ ଦତ୍ତଲାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଉଭୟଙ୍କୁ ତୁରନ୍ତ ମାକ୍ସି କ୍ୟୁୟୋର ହସ୍ପିଟାଲକୁ ନିଅ ଯାଇଥିଲା ଓ ପରେ ଉନ୍ନତ ଚିକିତ୍ସା ପାଇଁ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା। ତେବେ ଶ୍ରୀ ଶାହାଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଦତ୍ତଲାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ବିରୋଧରେ ଏତଲା ଦାୟର କରାଯାଇଛି ଓ ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories