www.samajalive.in
Tuesday, December 9, 2025
15.1 C
Bhubaneswar

ଶିବସେନା ସରକାର ଉପରେ ଅସୁଖୀ କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସବୁ କିଛି ଠିକ୍ ନାହିଁ । ମହାବିକାଶ ଅଘାଡ଼ିରେ ସାମିଲ ହୋଇଥିବା ଏନସିପି ଓ କଂଗ୍ରେସ ଶିବସେନାର ମନୋଭାବକୁ ନେଇ ଅସୁଖୀ । ଏନସିପି କିଛି ଓଜନିଆ ମନ୍ତ୍ରୀ ପଦ ପାଇଥିବାରୁ ଏଥିନେଇ ତୁଣ୍ଡ ଖୋଲୁନାହିଁ । ହେଲେ କଂଗ୍ରେସ ଅବସ୍ଥା ଅତ୍ୟନ୍ତ ଖରାପ । ସମର୍ଥନ ପ୍ରତ୍ୟାହାର ନେଇ କିଛି କହି ପାରୁନାହିଁ, କିମ୍ବା ସେମାନଙ୍କୁ କରାଯାଉଥିବା ଅବହେଳାକୁ ବି ସହି ପାରୁ ନାହିଁ । ତେଣୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ପିସିସି ସଭାପତି ବାଲାସାହେବ ଥୋରାଟ ଏବଂ ମନ୍ତ୍ରୀ ଅଶୋକ ଚଭନ ଭେଟିବେ ବୋଲି ସୂଚନା ମିଳିଛି ।

- Advertisement -

ଦକ୍ଷିଣପନ୍ଥୀ ଓ ହିନ୍ଦୁତ୍ବବାଦୀ ଦଳ ଶିବସେନାକୁ ସମର୍ଥନ ଦେଇ ଏନସିପି ଓ କଂଗ୍ରେସ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି । ମାତ୍ର ଅନେକ ସମୟରେ ଶିବସେନାର ଆଦର୍ଶ ସହ କଂଗ୍ରେସ ଓ ଏହାର ପରମ୍ପରାରେ ସମୃଦ୍ଧ ଏନସିପି ନିଜକୁ ଖାପ ଖୁଆଇ ପାରୁନାହାନ୍ତି । ସରକାର ତ ଚାଲିଛି, ମାତ୍ର ଏକତ୍ର ହୋଇ ରହିପାରି ନାହିଁ । ଏହାକୁ କଂଗ୍ରେସ ସ୍ବୀକାର କରିଛି।

କଂଗ୍ରେସ ନେତାମାନେ କୁଆଡ଼େ ଉଦ୍ଧବଙ୍କୁ ଭେଟିବାକୁ ବାରମ୍ବାର ଉଦ୍ୟମ କରୁଛନ୍ତି, ମାତ୍ର ସେମାନଙ୍କୁ ସମୟ ମିଳୁନାହିଁ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ କଂଗ୍ରେସ ନେତାଙ୍କୁ ନିମନ୍ତ୍ରଣ ଦିଆଯାଉନାହିଁ | ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ତେଜୁଛି । ତେଣୁ ତୁରନ୍ତ ଏହାର ସମାଧାନ ନିମନ୍ତେ ଆଲୋଚନାର ଆବଶ୍ୟକତା ଅଛି ବୋଲି କଂଗ୍ରେସ କହିଛନ୍ତି ।

କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ଭବପର ହେଉନାହିଁ ।   ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଗାଡି ସରକାର-ଅମଲତନ୍ତ୍ର ମଧ୍ୟରେ  କେତେକ ସମସ୍ୟା ରହିଛି। ସରକାରରେ ମେଣ୍ଟ ଅଂଶୀଦାର ଭାବେ ସାମିଲ ଥିବା କଂଗ୍ରେସକୁ ଆବଶ୍ୟକୀୟ ଗୁରୁତ୍ୱ ଦିଆଯାଉନାହିଁ  ତେଣୁ ଏହାର ସମାଧାନ ହେବା ଆବଶ୍ୟକ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories