www.samajalive.in
Monday, December 15, 2025
14.1 C
Bhubaneswar

ରିଲାଏନ୍ସ ଜିଓର ନୂଆ ପ୍ରିପେଡ ପ୍ଲାନ ସହିତ ଡିଜ୍‍ନି ପ୍ଲସ୍‍ ହଟଷ୍ଟାର ଗ୍ରାହକତ୍ୱ

ମୁମ୍ବଇ: ପାର୍ବଣ ଋତୁ ଆରମ୍ଭରୁ ରିଲାଏନ୍ସ ଜିଓ ତାହାର ବ୍ୟବହାରକାରୀଙ୍କ ପାଇଁ ଖୁସିଖବର ଆଣିଛି। ସେପ୍ଟେମ୍ବର ୧ରୁ ରିଲାଏନ୍ସ ଜିଓ ନୂଆ ପ୍ରିପେଡ ପ୍ଲାନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ୪୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ନୂଆ ପ୍ରିପେଡ ପ୍ଲାନର ବିଶେଷତ୍ୱ ହେଉଛି ଯେ ଏଥିରେ ଡିଜ୍‍ନି ପ୍ଲସ ହଟଷ୍ଟାର୍‍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସମ୍ଭାର ତ୍ରୁଟିଶୂନ୍ୟ ଭାବରେ ଉପଲବ୍ଧ ହେବ। ଡିଜ୍‍ନି ପ୍ଲସ ହଟଷ୍ଟାର ଭାରତରେ ପ୍ରସାରିତ କରୁଥିବା ଏହାର ବିଷୟବସ୍ତୁରେ ବଡଧରଣର ପରିବର୍ତ୍ତନ କରିଛି। ଡିଜ୍‍ନି ପ୍ଲସ ହଟଷ୍ଟାର୍‍ଣ ଏହି ନୂତନ ଏବଂ ଉନ୍ନତ କାର୍ଯ୍ୟକ୍ରମଗୁଡିକୁ ଜିଓ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ନୂଆ ପ୍ଲାନ ଶୁଭାରମ୍ଭ କରିଛି। ଅସୀମିତ ଭଏସ, ଡାଟା, ଜିଓ ଆପ୍ସ ଏବଂ ଏସଏମ୍‍ଏସ ସହିତ ଜିଓର ଏହି ସମସ୍ତ ନୂଆ ପ୍ରିପେଡ ପ୍ଲାନରେ ଡିଜ୍‍ନି ପ୍ଲସ ହଟଷ୍ଟାର୍‍ ସବ୍‍ସ୍କ୍ରିପସନ ୧ ବର୍ଷ ପାଇଁ ଉପଲବ୍ଧ ହେବ।
ନୂଆ ପ୍ଲାନଗୁଡିକରେ ପୂର୍ବରୁ ଥିବା ସମସ୍ତ ବିଷୟବସ୍ତୁକୁ ଦର୍ଶକ ଉପଭୋଗ କରିପାରିବେ, ତାହାସହିତ ଇଂରେଜୀ ଭାଷାରେ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ମଧ୍ୟ ଉପଲବ୍ଧ ହେବ। ସେଥିମଧ୍ୟରେ ରହିଛି ଡିଜ୍‍ନି ପ୍ଲସ ଅରିଜିନାଲ, ଡିଜ୍‍ନି ମାର୍ବଲର ଟିଭି ସୋ’, ଷ୍ଟାର ୱାର୍ସ, ନ୍ୟାସନାଲ ଜିଓଗ୍ରାଫିକ, ଏଚବିଓ, ଏଫଏକ୍ସ, ସୋ ଟାଇମ୍‍ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମ, ଯାହାକୁ ଦର୍ଶକମାନେ ଉପଭୋଗ କରିପାରିବେ। ନୂଆକରି ପ୍ରଚଳନ କରାଯାଉଥିବା ୪୯୯ ଟଙ୍କା ମୂଲ୍ୟର ପ୍ରିପେଡ ପ୍ଲାନରେ ୩ ଜିବି ଡାଟା ପ୍ରତିଦିନ ମିଳିବ। ଏହାର ବୈଧତା ଏକମାସ ରହିବ। ଦୁଇମାସ ବୈଧତା ଥିବା ପ୍ଲାନ୍‍ରେ ପ୍ରତିଦିନ ୨ ଜିବି ଡାଟା ମିଳିବ ଏବଂ ଏହି ପ୍ଲାନ୍‍ର ମୂଲ୍ୟ ୬୬୬ ଟଙ୍କା ରଖାଯାଇଛି। ସେହିଭଳି ତୃତୀୟ ପ୍ଲାନ୍‍ ୮୮୮ ଟଙ୍କାରେ ଉପଲବ୍ଧ ହେବ, ଯେଉଁଥିରେ ଦୈନିକ ୨ ଜିବି ଡାଟା ରହିବ ଏବଂ ଏହା ତିନିମାସ ପର୍ଯ୍ୟନ୍ତ ବୈଧ ରହିବ। ବ୍ୟବହାରକାରୀ ଚାହିଁଲେ ୨୫୯୯ ଟଙ୍କା ମୂଲ୍ୟର ବାର୍ଷିକ ପ୍ଲାନ୍‍ ମଧ୍ୟ ଖରିଦ କରିପାରିବେ। ଏହି ପ୍ଲାନ୍‍ରେ ଦୈନିକ ୨ ଜିବି ଡାଟା ମିଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories