୨୦୨୦ ବ୍ୟାଚ୍‌‌ ଓଏଏସ୍ ଶିକ୍ଷାନବୀସଙ୍କ ଦୀକ୍ଷାନ୍ତ ସମାରୋହ

ଡେସ୍କ : ୨୦୨୦ ବ୍ୟାଚ୍‌‌ ଓଡ଼ିଶା ପ୍ରଶାସନିକ ସେବା ଶିକ୍ଷାନବୀସମାନଙ୍କ ଦୀକ୍ଷାନ୍ତ ସମାରୋହ ଲୋକସେବା ଭବନସ୍ଥିତ କନ୍‌‌ଭେନସନ୍‌‌ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମୀରେ ପ୍ରଶିକ୍ଷଣ ନେଇଥିବା ଏହି ବ୍ୟାଚ୍‌‌ର ୧୨୭ଜଣ ପ୍ରଶାସନିକ ଅଧିକାରୀ ୨୪ ସପ୍ତାହ ଧରି ପ୍ରଶିକ୍ଷଣ ନେବା ପରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଏହି ସମାରୋହରେ ମୁଖ୍ୟଅତିଥି ଭାବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଦାୟିତ୍ୱ ନିର୍ବାହ ଓ କର୍ତ୍ତବ୍ୟ ସମ୍ପାଦନ ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ସାଧୁତା ବଜାୟ ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.