www.samajalive.in
Sunday, December 7, 2025
26.1 C
Bhubaneswar

ବଢିଛି ଡିଜିଟାଲ କାରବାର ଓ ମର୍ଚ୍ଚାଣ୍ଟ ସହଭାଗୀ ବ୍ୟବସାୟ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସଂକ୍ରମଣ ଜନିତ ତାଲାବନ୍ଦ ସ୍ଥିତି ଦେଶରେ ଡିଜିଟାଲ କାରବାରରେ ଯଥେଷ୍ଟ ବୃଦ୍ଧି ଘଟାଇଛି। ଏଥିସହିତ ଏହା ବୃହତ କମ୍ପାନୀଗୁଡିକ କ୍ଷେତ୍ରରେ ସେମାନଙ୍କର ବ୍ୟବସାୟୀ ସହଭାଗୀ ବ୍ୟବସ୍ଥାରେ ମଧ୍ୟ ଯଥେଷ୍ଟ ସଂପ୍ରସାରଣ ଘଟାଇଛି। ସମ୍ପ୍ରତି କମ୍ପାନୀଗୁଡିକର ମୋଟ କାରବାରରେ ଡିଜିଟାଲ କାରବାର ଏକ ମୁଖ୍ୟ ସ୍ଥାନ ଅଧିକାର କରିବାରେ ଲାଗିଛି। ଦେଶର ସର୍ବବୃହତ ହାଇପର୍‍ଲୋକାଲ ପ୍ଲାଟଫର୍ମ ଜିଓ ମାର୍ଟ ପରିଚାଳନା କରୁଥିବା ରିଲାଏନ୍ସ ରିଟେଲ ୨୦୨୦-୨୧ ଆର୍ଥିକ ବର୍ଷରେ ତାହାର ମୋଟ ରାଜସ୍ୱର ୧୦% ଡିଜିଟାଲ କାରବାର ଏବଂ ମର୍ଚ୍ଚାଣ୍ଟ ସହଭାଗୀଙ୍କ ଜରିଆରେ ପାଇପାରିଛି। ଏହି ଆର୍ଥିକ ବର୍ଷରେ କମ୍ପାନୀର ମୋଟ ରାଜସ୍ୱ ଆୟ ୧,୫୩,୮୧୮ କୋଟି ଟଙ୍କା ହୋଇଥିବାବେଳେ ଟିକସ ପୂର୍ବବର୍ତ୍ତୀ ଲାଭ ୯୮୪୨ କୋଟି ଟଙ୍କା ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ରିଲାଏନ୍ସ ରିଟେଲ ମୋଟ ୧୨,୭୧୧ ଷ୍ଟୋର ପରିଚାଳନା କରୁଥିଲା, ଯାହା ମୋଟ ୩୩.୮ ନିୟୁତ ବର୍ଗଫୁଟ ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି। ସେହି ଷ୍ଟୋରଗୁଡିକ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ କ୍ଷୁଦ୍ର ସହରାଞ୍ଚଳରେ ଅବସ୍ଥିତ ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଖୋଲାଯାଇଥିôବା୧୪୫୬ ନୂଆ ଷ୍ଟୋରଗୁଡିକ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ କ୍ଷୁଦ୍ର ସହରଗୁଡିକରେ ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories