www.samajalive.in
Saturday, December 6, 2025
16.1 C
Bhubaneswar

ଚକିତ କରିବ ସଫଳତାର କାହାଣୀ: ଅଟା-ଚାଉଳ ବିକି ବର୍ଷକୁ ୬୦୦ କୋଟି କାରବାର

ନୂଆଦିଲ୍ଲୀ: କିଛି ଲୋକ ଭାବନ୍ତି ଯେ, ଅଟା, ଚାଉଳ, ଚିନି ବିକି ଜଣେ କେତେ ଅବା ରୋଜଗାର କରିପାରିବ। କିନ୍ତୁ ଆମେ ଆପଣଙ୍କୁ ଦିଲ୍ଲୀ ଏନସିଆରର ଷ୍ଟାର୍ଟଅପ୍‌ ପୋଷଣ ବିଷୟରେ କହିବାକୁ ଯାଉଛୁ। ଏହି ଷ୍ଟାର୍ଟଅପ୍‌ କେବଳ ଅଟା, ଚାଉଳ, ଚିନି ଓ ଖାଇବା ତେଲ ବ୍ୟବସାୟ କରିଥାଏ ଏବଂ ବର୍ଷକୁ ୬୦୦ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରୟ କରିଥାଏ। ନିକଟରେ କମ୍ପାନୀ କ୍ଷୀର ବିକ୍ରି ଆରମ୍ଭ କରିଛି। ଏଥିରେ ମଧ୍ୟ ୬୦ କୋଟି ଟଙ୍କାର ବ୍ୟବସାୟ ହେଉଛି। ଶୁଣିବାକୁ ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ଏହା ସତ। ଆଜିର ଏହି ସଫଳତାର କାହାଣୀ ହେଉଛି କାନପୁର ଭଳି ଏକ ଛୋଟିଆ ସହରରୁ ଆସିଥିବା ଶଶାଙ୍କ ସିଂହଙ୍କର। ସେ ବିଟ୍‌ସ ପିଲାନିରୁ ମେକାନିକାଲ ଇଞ୍ଜିନିୟରିଂ କରିବା ପରେ ଆଇଆଇଏମ କଲକାତାରୁ ଏମବିଏ କରିଛନ୍ତି। ଏହାପରେ ଏକାଧିକ କମ୍ପାନୀରେ ଭଲ ଦରମାରେ ଚାକିରି ମଧ୍ୟ କରିଥିଲେ। କିନ୍ତୁ ଏସବୁ ତାଙ୍କୁ ଭଲ ଲାଗିଲା ନାହିଁ, ତେଣୁ ସେ ନିଜର ବ୍ୟବସାୟ ଆରମ୍ଭ କଲେ।

ଶଶାଙ୍କଙ୍କ କହିବାନୁସାରେ, କରୋନା କାଳ ତାଙ୍କୁ ବଡ଼ ଶିକ୍ଷା ଦେଇଛି। ସେହି ସମୟରେ ସେ ହୃଦୟଙ୍ଗମ କଲେ ଯେ, ଜୀବନରେ କିଛି ଥାଉ ନଥାଉ, ଅଟା-ଚାଉଳ ଯୋଗାଣ ଜାରି ରହିଲେ ଅଧିକ ଅସୁବିଧା ହେବନାହିଁ। ଏହାପରେ ସେ ଚାକିରିରୁ ଇସ୍ତଫା ଦେଇ ନିଜର ଜଣେ ବନ୍ଧୁ ଭୁବନେଶ ଗୁପ୍ତାଙ୍କ ସହ ମିଶି ପୋଷଣ ବ୍ରାଣ୍ଡ ନାମକ ଷ୍ଟାର୍ଟଅପ୍‌ ଖୋଲିଥିଲେ।

- Advertisement -

କ’ଣ ବିକ୍ରି କଣେ କମ୍ପାନୀ?

ଶଶାଙ୍କ ସିଂହ କହିଛନ୍ତି ଯେ, ତାଙ୍କ ଷ୍ଟାର୍ଟଅପ୍ ଅଧିକ ଜିନିଷର କାରବାର କରେ ନାହିଁ। ତାଙ୍କର ଧ୍ୟାନ କେବଳ ଚାରୋଟି ସାମଗ୍ରୀ ଉପରେ। ଗୋଟିଏ ହେଉଛି ଗହମ ଅଟା, ଦ୍ବିତୀୟ ଚାଉଳ, ତୃତୀୟ ହେଉଛି ଚିନି ଏବଂ ଚତୁର୍ଥ ସାମଗ୍ରୀ ହେଉଛି ଖାଇବା ତେଲ। ସେମାନେ ଏହି ଜିନିଷଗୁଡ଼ିକୁ ବଡ଼ କମ୍ପାନୀ କିମ୍ବା ମିଲରଙ୍କଠାରୁ ନେଇ ବଡ଼ ବିଭାଗୀୟ ଷ୍ଟୋର, ବଡ଼ ବିତରକ କିମ୍ବା ବଡ଼ ହୋଲସେଲରଙ୍କୁ ବିକ୍ରି କରନ୍ତି।

କିଏ କିଏ ଗ୍ରାହକ ?

ସେ କହିଛନ୍ତି ଯେ, ତାଙ୍କ ଗ୍ରାହକଙ୍କ ତାଲିକା ଲଗାତର ଭାବେ ବଢିବାରେ ଲାଗିଛି। ଏଥିମଧ୍ୟରେ ରିଲାଏନ୍ସ ରିଟେଲ, ଲଟ୍ସ ହୋଲସେଲ, ଡି ଶେୟାର, ବିଗ୍ ବାସ୍କେଟ୍, ଜେପ୍ଟୋ, ସିଟି ମଲ୍ ଭଳି ବଡ଼ ଷ୍ଟୋର ଓ ଇ-କମର୍ସ ଷ୍ଟୋ ଚଳାଉଥିବା କମ୍ପାନୀ ସାମିଲ ଅଛନ୍ତି। ଏହା ବ୍ୟତୀତ ବନିଏ ଦୋକାନ ପରି ଏକାକି ହୋଲସେଲର ମଧ୍ୟ ସାମିଲ ଅଛନ୍ତି।

ତାଙ୍କ ହିସାବ ସିଧା ଓ ସ୍ପଷ୍ଟ, ଟ୍ରକ୍ ଭରି ମାଲ୍‌ ନେଲେ ବ୍ୟବସାୟ କରିବୁ। ଯଦି ଆପଣ ଏତେ ଅଧିକ ନେଇପାରିବେ ନାହିଁ, ତେବେ ଆପଣଙ୍କୁ ଅତି କମରେ ଅଧା ଟ୍ରକ୍ ନେବାକୁ ପଡିବ। ଯଦି ଆପଣ ଏହାକୁ ମଧ୍ୟ ନେଇପାରିବେ ନାହିଁ, ତେବେ ଆପଣ ସେହି ବ୍ୟବସାୟୀଙ୍କ ସହ କାରବାର ହୋଇପାରିବ ନାହିଁ।

ଏବେ କ୍ଷୀର ମଧ୍ୟ ସାମଲ:

ପୋଷଣ ପ୍ରଥରେ କେବଳ ତେଜରାତି ସାମଗ୍ରୀ ବ୍ୟବସାୟ କରୁଥିଲା। ଗତ ୧୮ ମାସ ହେବ ଏହି ଷ୍ଟାର୍ଟଅପ୍ କ୍ଷୀର ବ୍ୟବସାୟ ଆରମ୍ଭ କରିଛି। ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ଶୀତଳ ଭଣ୍ଡାରରେ ସଂରକ୍ଷଣ କରୁଥିବା ଛୋଟ ଛୋଟ କମ୍ପାନୀଠାରୁ ଏହି ଷ୍ଟାର୍ଟଅପ୍‌ କ୍ଷୀର କ୍ରୟ କରିଥାଏ ଏବଂ ଏହାକୁ ପରମ, ପାରସ, ଗୋବର୍ଦ୍ଧନ ପରି ବଡ଼ ବଡ଼ କମ୍ପାନୀଗୁଡିକୁ ଯୋଗାଇଥାଏ। ବର୍ତ୍ତମାନ କମ୍ପାନୀ ମାସକୁ ପ୍ରାୟ ୬୦ କୋଟି ଟଙ୍କାର କେବଳ କ୍ଷୀର ବ୍ୟବସାୟ କରୁଛି।

କେଉଁ କେଉଁ ରାଜ୍ୟରେ ଚାଲେ ବ୍ୟବସାୟ?

ଯେତେବେଳେ ଏହି ଷ୍ଟାର୍ଟଅପ୍ ଆରମ୍ଭ ହେଲା, ଏହାର ବ୍ୟବସାୟ ପରିସର କେବଳ ଦିଲ୍ଲୀ ଏବଂ ଏନସିଆର ଥିଲା। ବର୍ତ୍ତମାନ ଏହା ଦିଲ୍ଲୀ ଏବଂ ଏନସିଆର ସହିତ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତାର ହୋଇଛି। କ୍ଷୀର ବ୍ୟବସାୟ କଥା କହିବାକୁ ଗଲେ, ଏହା କେବଳ ଉତ୍ତରପ୍ରଦେଶ ଓ ହରିୟାଣାରେ ଚାଲିଛି। ଅଳ୍ପ କିଛି ମହାରାଷ୍ଟ୍ରରେ ମଧ୍ୟ ଚାଲିଛି।

ଗଚ୍ଛିତ ରଖେନାହିଁ କମ୍ପାନୀ:

ଶଶାଙ୍କ କହିଛନ୍ତି ଯେ, ସେ ଗୋଦାମ ନୁହେଁ ଏକ ଟେକ୍ନୋଲୋଜି କମ୍ପାନୀ ଚଳାଉଛନ୍ତି। ତେଣୁ କୌଣସି ଜିନିଷ ଗଚ୍ଛିତ ରଖନ୍ତିନାହିଁ। କୌଣସି କମ୍ପାନୀ କିମ୍ବା ପ୍ରତିଷ୍ଠାନରୁ ଅର୍ଡର ଆସିବା ମାତ୍ରେ ଯୋଗାଣକାରୀମାନେ କମ୍ପାନୀ ସହିତ ତୁରନ୍ତ ଯୋଗାଯୋଗ କରାଯାଏ। ଯଦି ଦରଦାମ୍‌ରେ ସହମତି ପ୍ରକାଶ ପାଏ, ତେବେ ସାମଗ୍ରୀ ଯୋଗାଣକାରୀ କମ୍ପାନୀରୁ ମାଲ୍ ଉଠାଯାଇ କ୍ରେତା କମ୍ପାନୀକୁ ଯୋଗାଯାଏ। ମଝିରେ କୌଣସି ଗୋଦାମର ପ୍ରଶ୍ନ ଉଠୁନାହିଁ। ତେଣୁ କୌଣସି ଜିନିଷ ଗଚ୍ଛିତ ରହେନାହିଁ।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories