www.samajalive.in
Saturday, December 6, 2025
15.1 C
Bhubaneswar

ମଧୁମେହ ରୋଗୀ ଏହି ଖାଦ୍ୟ ଖାଇବା ବର୍ଜନୀୟ

ମଧୁମେହ ରୋଗ ବର୍ତ୍ତମାନ ଅଧିକ ମାତ୍ରାରେ ବ୍ୟକ୍ତିଙ୍କ ଠାରେ ଦେଖାଯାଉଛି। ଆପଣଙ୍କ ଆଖପାଖରେ ଅନେକ ଲୋକ ମଧୁମେହ ରୋଗରେ ପୀଡିତ ଥିବାର ଦେଖିଥିବେ। ମଧୁମେହ ରୋଗୀ ମାନେ ନିଜର ବିଶେଷ ଧ୍ୟାନ ନେବା ଉଚିତ। ଖାଦ୍ୟପାନୀୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ।

ମଧୁମେହ ରୋଗୀମାନେ ଅନେକ ଖାଦ୍ୟ ସେବନ କରିଥାଆନ୍ତି। କିନ୍ତୁ ଏପରି କିଛି ଖାଦ୍ୟ ରହିଛି ଯାହାକୁ ମଧୁମେହ ରୋଗୀମାନେ ଖାଇବା ଅନୁଚିତ। ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କ’ଣ ..

- Advertisement -

ମଧୁମେହ ରୋଗୀମାନେ ମାଟି ତଳେ ଫଳୁଥିବା ଫଳ ଓ ପନିପରିବା ଖାଇବା ଅନୁଚିତ। ମାଟି ତଳେ ଫଳୁଥିବା ସାରୁ, କନ୍ଦମୂଳ, ଆଳୁ ଇତ୍ୟାଦି ଖାଇବା ଅନୁଚିତ। ଯଦି ଏହି ସମସ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ କମ୍ ପରିମାଣରେ ଖାଇବା ଉଚିତ।

ଆମେ ସମସ୍ତେ ଜାଣିଛୁ ଯେ, ଡ୍ରାଏ ଫ୍ରୁଟ୍ସ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। କିନ୍ତୁ ମଧୁମେହ ରୋଗୀମାନେ ଏହା ଖାଇବାକୁ ବାରଣ କରାଯାଇଛି। ଯଦି କେବେ ଡ୍ରାଏ ଫ୍ରୁଟ୍ସ ଖାଇବାକୁ ଇଚ୍ଛା ହୁଏ ତେବେ ତାକୁ ସିଧାସଳଖ ଖାଆନ୍ତୁ ନାହିଁ। ପ୍ରଥମେ ନିଜ ପସନ୍ଦ ମୁତାବକ ଡ୍ରାଏ ଫ୍ରୁଟ୍ସ ନେଇ ତାକୁ ଗୋଟିଏ ରାତି ପାଣିରେ ଭିଜାଇ ରଖନ୍ତୁ। ତା ପରଦିନ ସକାଳୁ ଉଠି ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ।

ଜଙ୍କ ଫୁଡ୍‌ ସମସ୍ତଙ୍କ ଶରୀର ପାଇଁ କ୍ଷତିକାରକ ଅଟେ। ବିଶେଷ କରି ମଧୁମେହ ରୋଗୀମାନେ ଜଙ୍କ ଫୁଡ୍‌ ଠାରୁ ଦୂରେଇ ରହିବା ଉଚିତ। ଏହି ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

ମଧୁମେହ ରୋଗକୁ ନିୟନ୍ତ୍ରଣ କରି ରଖିବା ପାଇଁ ଆମିଷ ଖାଦ୍ୟ କମ ମାତ୍ରାରେ ଖାଆନ୍ତୁ। ଏହାସହ ଆମ୍ବ, କଦଳୀ, ଲିଚୁ କୋଳି ପରି ଫଳ ଖାଆନ୍ତୁ ନାହିଁ। କାରଣଏହି ଫଳଗୁଡିକରେ ଅଧିକ ଶର୍କରା ରହିଥାଏ। ଏହାର ସେବନ ଦ୍ବାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories