ଢେପାଗୁଡା ଗାଁରେ ବିଭିନ୍ନ କାମକୁ ନେଇ ଗଣ୍ଡଗୋଳ : ଥାନାରେ ଅଭିଯୋଗ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁରେ ବିଭିନ୍ନ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରାଯାଇଥିବା ରାସ୍ତା ଠାରୁ ଢେପାଗୁଡା ଗାଁ  ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଗାଁର କିଛି ମହିଳା ଓ ପୁରୁଷ ଏକତ୍ରିତ ହୋଇ ରାସ୍ତା କାମ କରୁଥିବା ଗାଁର ଯୁବକ ରମେଶ ପ୍ରେପକାଙ୍କୁ କହିଥିଲେ ଯେ ତୁମେ ଆଗରୁ ଅଙ୍ଗନୱାଡି କେନ୍ଦ୍ର, ନଦୀଘାଟ ଓ କଲଭର୍ଯ କାମ ସମ୍ପୂର୍ଣ୍ଣ ନକରି ସବୁ ଅଧ ଖଣ୍ଡିଆ କରି ଛାଡ଼ିଦେଉଛ । ସେ ସବୁକୁ ଆଗ ଶେଷ କରିବା ପରେ ନୂତନ କାମ ବା ରାସ୍ତା କାମ କର।
prayash
ଏହାକୁ ନେଇ ଦୁଇଦିନ ଧରି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ଲାଗିରହିଥିଲା । ଗୁରୁବାର ରମେଶ ରାସ୍ତା କାମ କରୁଥିବା ବେଳେ  ପୁଣି ଗ୍ରାମର କିଛି ଲୋକ କାମ ବନ୍ଦ କରି ପୁରୁଣା କାମ ଶେଷ କରିବାକୁ କହିଥିଲେ । ଏସବୁ ଶୁଣି ରମେଶର ବାପା ଜାଣ୍ଡୁ ପ୍ରେପକା ରାଗରେ ବାଡ଼ି ଧରି ଆସି ଵିଜୟ କଞ୍ଜକାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ହାତାହାତି  ହୋଇଥିଲା । ରମେଶ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶଙ୍କର କଲକା, ଗଙ୍ଗା ହିକକା ଓ ୱାର୍ଡ ସଭ୍ୟ ସହଦେବ ପ୍ରେପକାଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲେ । ଏହି ଖବର ପାଇଁ ଥାନା ଏସ ଆଇ ଶିବ ପ୍ରସାଦ ସାହୁ, ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ଆହତମାନଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଉଭୟ ପକ୍ଷକୁ ସମାଧାନ ପାଇଁ ଡକାଯାଇଛି । ଏହାର ସମାଧାନ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ଦେବ ନାୟକ କହିଛନ୍ତି ।
kalyan agarbati

Comments are closed.