ଗୋଟିଏ ରାତିରେ ତିନୋଟି ମନ୍ଦିରରରୁ ଚୋରି
କାମାକ୍ଷାନଗର – କାମାକ୍ଷାନଗର ଥାନା ଅନ୍ତର୍ଗତ ବାହାଡା, କାଦୁଆ ଓ ଗାଲୁ ଗ୍ରାମରେ ଥିବା ତିନୋଟି ମନ୍ଦିରରୁ ଶୁକ୍ରବାର ରାତିରେ ପୃଥକ ପୃଥକ ଭାବେ ସୁନା ଅଳଙ୍କାର ସହିତ୫ ହଜାର ଟଙ୍କା ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି l
ବାଉଁଶପାଳ ପଂଚାୟତର ବାହାଡା ଗ୍ରାମରେ ଥିବା ମଙ୍ଗଳା ମନ୍ଦିରରେ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିର ରୁ ସୁନା ଅଳଂକାର ଲୁଟି ନେଇଛି l ସେହିପରି ସଂନିକଟ କାଦୁଆ ପଞ୍ଚାୟତ ର କାଦୁଆ ଗ୍ରାମରେ ଥିବା ଶିବ ମନ୍ଦିରରୁ ଦାନ ବାକ୍ସ ଏବଂ ଗାଲୁ ଗ୍ରାମରେ ଥିବା ରାମ ମନ୍ଦିରରୁ ପୂଜକ ରଖିଥିବା ୫ ହଜାର ଟଙ୍କା ଚୋରି ହୋଇଛି l ଶନିବାର ସମ୍ପୃକ୍ତ ଗ୍ରାମର ଲୋକମାନେ ଏହା ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି l ଏହି ଅଭିଯୋଗ କ୍ରମେ ପୁଲିସ ଏ ସଂକ୍ରାତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି l
Comments are closed.