www.samajalive.in
Monday, December 15, 2025
24.1 C
Bhubaneswar

ବାଜପେୟୀଙ୍କ ଓଡିଶା ପ୍ରତି ସ୍ନେହ ଓ ମୋହ ଅତୁଟ, ପୁରୁଣା ଫଟୋ ଟ୍ବିଟ୍ କରି ସ୍ମୃତି ଉଜ୍ଜିବୀତ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବୁଧବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମବାର୍ଷିକ। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡିଶା ଗସ୍ତର ପୁରୁଣା ଫୋଟ ଟ୍ୱିଟ୍ କରି ଇତିହାସର ସ୍ମୃତିକୁ ଉଜ୍ଜିବୀତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ବିଟର ପେଜରେ ଉଲ୍ଲେଖ କରି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜିବୀତ କରୁଛି । ଫଟୋଟି ୧୯୯୧-୯୨ ମସିହାର ସେହି ସମୟରେ ଅଟଳ ବିହାରୀ ବାଜପେୟୀ ଓଡିଶା ଆସିଥିଲେ । ପାର୍ଟି ଅଫିସର କାର୍ୟ୍ୟକ୍ରମ ସରିବା ପରେ ଅଟଳଜୀ ଓଡିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ଅଟଳ ବିହାରୀ ବାଜପେୟୀ ଓଡିଶା ବିଧାନସଭା ପରିସରରେ ପହଞ୍ଚି ବାଚସ୍ପତିଙ୍କ ଗ୍ୟାଲେରୀରେ କିଛି ସମୟ ବସିଥିଲେ। ସେ ସମୟର ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅଟଳଜୀଙ୍କୁ ଭେଟବା ପାଇଁ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କରିଥିଲେ। ବିଜୁ ପଟ୍ଟନାୟକ ଅଟଳଜୀଙ୍କୁ ପାଛୋଟି ନେଲେ ଏବଂ ବେଶକିଛି ସମୟ ଧରି ଅନ୍ତରଙ୍ଗ ଆଳାପ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରିଥିବା ଫଟୋଟିରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢାଲି ଓ ସେ ସମୟର ବିଜେପିର ରାଜ୍ୟ ସଭାପତି ଡା. ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ।

- Advertisement -

 

ଓଡିଶାର ପୁନଃନିର୍ମାଣ ପାଇଁ ବାଜପେୟୀଙ୍କର ଯୋଗଦାନ ଅତୁଳନୀୟ ରହିଥିଲା। ବିରୋଧୀ ଦଳ ନେତା ଥିବା ସମୟରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟ ଓଡିଶାର କେବିକେ ଅଞ୍ଚଳର ଗରୀବଲୋକଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲିବା ସହ ଲୋକ ମାନଙ୍କ ସହ ମିଶୁଥିଲେ । ୧୯୯୯ ମସିହାର ମହାବାତ୍ୟାରେ ପରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ପୁନନିର୍ମାଣ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ମୃତ୍ୟୁ ପରେ ସେ ଆଜି ଅଟଳଜୀ ଅମର ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories