www.samajalive.in
Monday, December 15, 2025
24.1 C
Bhubaneswar

ବ୍ରଜରାଜନଗର ଅଞ୍ଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲକ୍ଷନପୁର ବ୍ଲକର ବାଘମୁଣ୍ଡା ପଂଚାୟତରେ ଜନ ସମାବେଶରେ ସାମିଲ ହୋଇ ସେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କ ଉପରେ ବେକାରୀ ସମସ୍ୟାକୁ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ୨୨ବର୍ଷ ସରକାରରେ ଥିବା ବିଜୁ ଜନତା ଦଳ ସରକାର ରୋଜଗାର ଦେବାରେ ବିଫଳ ହୋଇଛି। ଓଡିଆ ପୁଅ ରାଜ୍ୟରେ କାମ ଧନ୍ଦା ନ ପାଇ ଦାଦନ ଖଟିବାକୁ ତାମିଲନାଡୁ ଯାଉଛି।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରଥିଲେ। ଶ୍ରୀ ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା ଓ ବାଗମୁଣ୍ଡା ଠାରେ ବିଧାୟିକା ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିବା ସହ ଲଖନପୁର ଠାରେ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ପିତାମ୍ବର ମିଶ୍ର, ତାଙ୍କ ଧର୍ମପତ୍ନୀ ଏବଂ ଅନେକ ସମର୍ଥକ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ତିତିରେ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ କୃତିତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ସମସ୍ତଙ୍କ ଯୋଗଦାନ ବିଜେପିକୁ ଅଧିକ ସୁଦୃଢ଼ କରିବ।

- Advertisement -

 

ଉପସ୍ଥିତ ଜଣ ସମାବେଶକୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଲଖନପୁର ଓ ବ୍ରଜରାଜନଗର ଅଞ୍ଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି । ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ଧରି ବିଜେପିକୁ ଆଶୀର୍ବାଦ କରି ଆସିଛନ୍ତି। ସେ କହିଥିଲେ, ଗଣତନ୍ତ୍ରରେ ହକ୍, ଅଧିକାର ଓ ନ୍ୟାୟର ଲଢ଼େଇ ପାଇଁ ନେତୃତ୍ୱ ଚୟନ ହୁଏ। ବ୍ରଜରାଜନଗରବାସୀ ଆମ ଦଳର ନେତ୍ରୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ। ସେ ବିଜେଡି ସରକାରକୁ ଟାର୍ଗେଟ କରି କହିଥିଲେ ଯେ ଖଣି ସମୃଦ୍ଧ ଅଞ୍ଚଳ ବ୍ରଜରାଜନଗର ଓ ଲଖନପୁର ଅଧିବାସୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କଲେ। ରାଜ୍ୟ ସରକାର ଡ଼ିଏମଏଫ ପାଣ୍ଠିରୁ ବିପୁଳ ଅର୍ଥ ପାଇବା ସତ୍ତ୍ୱେ ଏଠାରେ ବିନା ଟେଣ୍ଡରରେ କାମ ହେଉଛି। ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଣ୍ଟା ଯାଉଛି। ଏ ସବୁ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ବ୍ରଜରାଜନଗରବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ସେ କହିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆବାସ ଯୋଜନାରେ ବାସଗୃହ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ, ସୌଭାଗ୍ୟ ଯୋଜନାରେ ବିଜୁଳି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସହ ଅନେକ ଜନକଲ୍ୟାଣକାରୀ ଯୋଜନାର ଲାଭ ପାଇ ଲଖନପୁର ଏବଂ ବ୍ରଜରାଜନଗର ମୋଦି ସରକାରଙ୍କ ଅନେକ ବିକାଶମୂଳକ କାମର ସାକ୍ଷୀ ହୋଇଛି। ହୀରାକୁଦ ଡ୍ୟାମ ନିର୍ମାଣ କରି ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ସହ ଜଳସେଚନର ବ୍ୟବସ୍ଥା ଓ ବିଦ୍ୟୁତ ଉତ୍ପାଦନ ପାଇଁ ଅନେକ ତ୍ୟାଗ ଦେଇଥିବା ଲଖନପୁର ଓ ବ୍ରଜରାଜନଗର ଆଜି ଦୋ ଛକିରେ ଛିଡ଼ା ହୋଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ରୋଜଗାର ନପାଇ ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି।

ଏହି ନିର୍ବାଚନୀ ପ୍ରଚାର କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଠାରେ ମା’ ସମଲେଇ ମନ୍ଦିରରେ ଦର୍ଶନ କରି ମା’ଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ସେ ମଧ୍ୟ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ସୁନାମଧନ୍ୟ ବାମପନ୍ଥୀ ନେତା ସ୍ୱର୍ଗତ ପ୍ରସନ୍ନ ପଣ୍ଡାଙ୍କ ଲଖନପୁର ଠାରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପଞ୍ଚ ଗାଁ ଓ କନକ ତୋରା ଠାରେ ନିର୍ବାଚନ ପ୍ରଚାର କରିବା ସହ ଆମ ଦଳର ବିଧାୟିକା ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେବା ସହ କହିଥିଲେ ଯେ କୋଭିଡ୍ ସମୟରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ, ଜନଧନରେ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଟଙ୍କା, ସ୍ୱନିଧି ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ମୋଦି ସରକାରଙ୍କ ଲୋକାଭିମୁଖୀ ଶାସନର ନମୁନା। ଗରିବଙ୍କୁ ସମ୍ମାନର ସହ ସମ୍ପନ୍ନ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories