www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ସମୟରେ ଦେଶରେ ଦ୍ରୁତ ବିକାଶ ହୋଇଛି : ଧର୍ମେନ୍ଦ୍ର ପ୍ରଧାନ

• ବଗହା, ରିଗା ଏବଂ ଅରାଇ ନିର୍ବାଚନ ମଣ୍ଡଳିରେ ପ୍ରଚାର
• ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କଲେ ନିବେଦନ
• ବିହାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି କାର୍ଯ୍ୟରତ ଏନଡିଏ ସରକାର
• ବିହାରବାସୀ ଯୁବରାଜଙ୍କ ଜଙ୍ଗଲରାଜ ଏବଂ ଏନଡ଼ିଏର ସୁଶାସନର ପାର୍ଥକ୍ୟକୁ ବୁଝିଛନ୍ତି
• ବିହାରବାସୀ କେବେ ବି ଜଙ୍ଗଲରାଜକୁ ସ୍ୱୀକାର କରିବେ ନାହିଁ
ବିହାର/ଭୁବନେଶ୍ୱର : ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ସମୟରେ ଦେଶରେ ଦ୍ରୁତ ବିକାଶ ହୋଇଛି ବୋଲି ବିହାରରେ ନିଜର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ ବିହାରର ବଗହା, ରିଗା ଏବଂ ଅରାଇ ନିର୍ବାଚନ ମଣ୍ଡଳିରେ ପ୍ରଚାର କରିବା ସହ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିକାଶର ଡବଲ ଇଞ୍ଜିନ ସରକାର ପାଇଁ ସ୍ଥାନୀୟ ଲୋକମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏନଡ଼ିଏ ସରକାର ବିହାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି କାର୍ଯ୍ୟରତ। ଏନଡ଼ିଏ ସରକାରରେ ବିହାର ସମେତ ଅନ୍ୟାନ୍ୟ ରାଜ୍ୟରେ ଘର ଘରକୁ ବିଜୁଳି, ପାଣି, ଗ୍ୟାସ ଏବଂ ଅନ୍ୟାନ୍ୟ ସୁବିଧା ପହଞ୍ଚାଯାଇଛି।ବିହାରବାସୀ ଯୁବରାଜଙ୍କ ଜଙ୍ଗଲରାଜ ଏବଂ ଏନଡ଼ିଏର ସୁଶାସନ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିଛନ୍ତି।
ଜଙ୍ଗଲରାଜରେ ବିହାରରେ ଦାରିଦ୍ର୍ୟ, କ୍ଷୁଧା, ଲୁଟ, ହତ୍ୟା ଏବଂ ଦୁର୍ନୀତି ହୋଇଥିବାବେଳେ ଏନଡ଼ିଏ ବିହାରରେ ଶିକ୍ଷା, ବିକାଶ, ରୋଜଗାର ଏବଂ ଗରିବଙ୍କୁ ସଶକ୍ତିକରଣ କରିବା ପାଇଁ ନିରନ୍ତର ପ୍ରୟାସ କରିଛି। ବିହାରକୁ ଅନ୍ଧାରର ନଗରୀ କରିଥିବା ଦୁର୍ନୀତିଖୋର ନେତାମାନଙ୍କୁ ବିହାର ଭଲ ଭାବରେ ଜାଣି ସାରିଛି। ବିହାରର ଲୋକମାନଙ୍କୁ ଚାକିରି ପାଇଁ ବାହାର ରାଜ୍ୟକୁ ବାଧ୍ୟ କରୁଥିବା ନେତାମାନେ ଆଜି ୧୦ ଲକ୍ଷ ଚାକିରି ଦେବାର କଥା କହୁଛନ୍ତି। ବିହାରବାସୀ ଏହା ବୁଝିବା ସହ ଭୋଟ ମାଧ୍ୟମରେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି। ବିହାରବାସୀ ଏଥିର ଦୁର୍ନୀତିଖୋର ନେତାଙ୍କୁ ନୁହେଁ ବରଂ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ନିଶ୍ଚୟ ଜିତାଇବେ। ଆଜି ଦେଶ ସାମ୍ନାରେ କଂଗ୍ରେସ ଏବଂ ତାଙ୍କର ସହଯୋଗୀଙ୍କ ଚରିତ୍ରକୁ ଲୋକମାନେ ବୁଝିଛନ୍ତି। ବିହାରବାସୀ କେବେ ବି ଜଙ୍ଗଲରାଜକୁ ସ୍ୱୀକାର କରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories