www.samajalive.in
Monday, December 15, 2025
24.1 C
Bhubaneswar

ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଆଜି ମଧ୍ୟ ପ୍ରାସଙ୍ଗିକ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣରେ ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ବାଲେଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା। ଡା. ମହତାବଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ
ଏକ ଜାତୀୟ ଆବଶ୍ୟକତାର ପ୍ରଥମ କାମ ଓଡ଼ିଶାରେ କରାଯାଇଥିଲା। ତାଙ୍କର ବିଚାରଧାରା ଓ ପରମ୍ପରା ଆଜି ମଧ୍ୟ ବହୁତ ପ୍ରାସଙ୍ଗିକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇନଷ୍ଟିଚ୍ୟୁଟ୍‍ ଅଫ୍‍ ମିଡିଆ ଷ୍ଟଡିଜ୍‍ ପକ୍ଷରୁ ଡା. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଜାତୀୟ ୱେବିନାରରେ ଭିସି ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସାଂପ୍ରତିକ ସମୟରେ ‘ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତି ଓ ଡା. ମହତାବ’ ଶୀର୍ଷକ ୱେବିନାର୍‍ ଆୟୋଜନ କରିଥିବାରୁ ଆୟୋଜକ ମଣ୍ଡଳିଙ୍କୁ ଧନ୍ୟବାଦ ଦେଇଥିଲେ ଶ୍ରୀ ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜ ଯଦି ଅତୀତ କଥା ମନେ ପକାଇବ ନାହିଁ ତେବେ ଭବିଷ୍ୟତର ରାସ୍ତା ତିଆରି କରିପାରିବ ନାହିଁ। ସମାଜରେ ସବୁ ଲୋକମାନେ ମହାପୁରୁଷ ହୁଅନ୍ତି ନାହିଁ
ବରଂ ଭବିଷ୍ୟତକୁ ଦେଖିପାରୁଥିବା ବ୍ୟକ୍ତି ହିଁ ମହାପୁରୁଷ ହେବାର କ୍ଷମତା ରଖେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଯେଉଁ ସମାଜ, ଜାତି, ବିଶେଷ ଭାବରେ ଯୁବପିଢି ପୂର୍ବଜ ମାନଙ୍କର ଆସ୍ଥା କେନ୍ଦ୍ରକୁ ନେଇ ଭବିଷ୍ୟତର ଯୋଜନା କରିବ ନାହିଁ ତେବେ ସେ ସାମାଜ ଆଗକୁ ବଢ଼ିପାରିବ ନାହିଁ। ଓଡ଼ିଆ ଜାତିକୁ ଆଗକୁ ଯିବା ପାଇଁ ହେଲେ ପୂର୍ବଜ ମାନଙ୍କର ଶ୍ରଦ୍ଧା କେନ୍ଦ୍ର ଗୁଡିକୁ ସମ୍ମାନ କରିବା ପାଇଁ ପଡ଼ିବ। ଏହି ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଡା. ହରେକୃଷ୍ଣ ମହତାବ କେନ୍ଦ୍ର ସରକାରରେ ଦାୟିତ୍ୱରେ ଥିବା ସମୟରେ ଆତ୍ମନିର୍ଭର ଭାରତର ପରିକଳ୍ପନା କରିଥିଲେ। ଡା. ହରେକୃଷ୍ଣ ମହତାବ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ପିମ୍ପରି ପେନସିଲିନ୍‍, ହିନ୍ଦୁସ୍ତାନ ଏରୋନେଟିକ୍ସ ପରି ଅନେକ ଶିଳ୍ପର କଳ୍ପନା କରିଥିଲେ,ଯାହାର ପ୍ରାସଙ୍ଗିକତା ଆଜି ସମୟରେ ଜଣାପଡ଼ୁଛି ଏବଂ ଏହାକୁ ହିଁ ଯୁଗଦ୍ରଷ୍ଟା କୁହାଯାଏ ବୋଲି ସେ କହିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories