www.samajalive.in
Monday, December 8, 2025
13.1 C
Bhubaneswar

ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଆଜି ମଧ୍ୟ ପ୍ରାସଙ୍ଗିକ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଗଡ଼ଜାତ ମିଶ୍ରଣରେ ଡା. ମହତାବଙ୍କ କୁଶଳ ନୀତି ଯୋଗୁଁ ବାଲେଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା। ଡା. ମହତାବଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ
ଏକ ଜାତୀୟ ଆବଶ୍ୟକତାର ପ୍ରଥମ କାମ ଓଡ଼ିଶାରେ କରାଯାଇଥିଲା। ତାଙ୍କର ବିଚାରଧାରା ଓ ପରମ୍ପରା ଆଜି ମଧ୍ୟ ବହୁତ ପ୍ରାସଙ୍ଗିକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇନଷ୍ଟିଚ୍ୟୁଟ୍‍ ଅଫ୍‍ ମିଡିଆ ଷ୍ଟଡିଜ୍‍ ପକ୍ଷରୁ ଡା. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଜାତୀୟ ୱେବିନାରରେ ଭିସି ମାଧ୍ୟମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସାଂପ୍ରତିକ ସମୟରେ ‘ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତି ଓ ଡା. ମହତାବ’ ଶୀର୍ଷକ ୱେବିନାର୍‍ ଆୟୋଜନ କରିଥିବାରୁ ଆୟୋଜକ ମଣ୍ଡଳିଙ୍କୁ ଧନ୍ୟବାଦ ଦେଇଥିଲେ ଶ୍ରୀ ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାଜ ଯଦି ଅତୀତ କଥା ମନେ ପକାଇବ ନାହିଁ ତେବେ ଭବିଷ୍ୟତର ରାସ୍ତା ତିଆରି କରିପାରିବ ନାହିଁ। ସମାଜରେ ସବୁ ଲୋକମାନେ ମହାପୁରୁଷ ହୁଅନ୍ତି ନାହିଁ
ବରଂ ଭବିଷ୍ୟତକୁ ଦେଖିପାରୁଥିବା ବ୍ୟକ୍ତି ହିଁ ମହାପୁରୁଷ ହେବାର କ୍ଷମତା ରଖେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଯେଉଁ ସମାଜ, ଜାତି, ବିଶେଷ ଭାବରେ ଯୁବପିଢି ପୂର୍ବଜ ମାନଙ୍କର ଆସ୍ଥା କେନ୍ଦ୍ରକୁ ନେଇ ଭବିଷ୍ୟତର ଯୋଜନା କରିବ ନାହିଁ ତେବେ ସେ ସାମାଜ ଆଗକୁ ବଢ଼ିପାରିବ ନାହିଁ। ଓଡ଼ିଆ ଜାତିକୁ ଆଗକୁ ଯିବା ପାଇଁ ହେଲେ ପୂର୍ବଜ ମାନଙ୍କର ଶ୍ରଦ୍ଧା କେନ୍ଦ୍ର ଗୁଡିକୁ ସମ୍ମାନ କରିବା ପାଇଁ ପଡ଼ିବ। ଏହି ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଡା. ହରେକୃଷ୍ଣ ମହତାବ କେନ୍ଦ୍ର ସରକାରରେ ଦାୟିତ୍ୱରେ ଥିବା ସମୟରେ ଆତ୍ମନିର୍ଭର ଭାରତର ପରିକଳ୍ପନା କରିଥିଲେ। ଡା. ହରେକୃଷ୍ଣ ମହତାବ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ପିମ୍ପରି ପେନସିଲିନ୍‍, ହିନ୍ଦୁସ୍ତାନ ଏରୋନେଟିକ୍ସ ପରି ଅନେକ ଶିଳ୍ପର କଳ୍ପନା କରିଥିଲେ,ଯାହାର ପ୍ରାସଙ୍ଗିକତା ଆଜି ସମୟରେ ଜଣାପଡ଼ୁଛି ଏବଂ ଏହାକୁ ହିଁ ଯୁଗଦ୍ରଷ୍ଟା କୁହାଯାଏ ବୋଲି ସେ କହିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories