www.samajalive.in
Saturday, December 13, 2025
26.1 C
Bhubaneswar

ପୁଲିସର କଡ଼ା ଆଭିମୁଖ୍ୟ; ଅମାନିଆଁଙ୍କୁ ତାଗିଦ ସହିତ ମୃଦୁ ଲାଠିଚାଳନା

ବୁର୍ଲା : ବୁର୍ଲା ସହରରେ କରୋନା ଉଦବେଗଜନକ ହୋଇଥିବା ବେଳେ କରୋନା ଗୋଷ୍ଠୀ ସଂକ୍ରମଣ ସ୍ତିତିକୁ ଚାଲି ଆସିଲାଣି। ଜିଲ୍ଲା ପ୍ରଶାସନ ତରଫରୁ ବୁର୍ଲା ସହରର ସମୁଦାୟ ୫ଟି ୱାର୍ଡକୁ ଦୁଇଦିନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଟ୍ ଡାଉନ୍ କରାଯିବା ପାଇଁ ଘୋଷଣା କରାଯାଇଥିଲା। ବୁର୍ଲା ସହରରେ ବେକାବୁ ହୋଇଥିବା କରୋନା ସ୍ଥିତିର ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୯ ଏବଂ ୧୦ ତାରିଖ ଦୂଇଦିନ ଧରି ବୁର୍ଲା ସହରକୁ ସଟ୍‍ ଡାଉନ୍‍ ଘୋଷଣା କରାଯାଇଥିଲା। ତେବେ ସଟ୍‍ଡାଉନ୍‍ ଆଜି ଦ୍ବିତୀୟ ଦିବସରେ ପହଞ୍ଚିଛି। ଶନିବାର ଏବଂ ରବିବାର ପୂର୍ବ ଘୋଷଣା ମୂତାବକ ସମଗ୍ର ସମ୍ବଲପୁର ଜିଲ୍ଲା ସଟ୍ ଡାଉନରେ ସାମିଲ ରହିବ। ବୁର୍ଲା ସହରରେ ଚଳିତ ସପ୍ତାହରେ ଚାରିଦିନ ଧରି ସଟ୍‍ ଡାଉନ ମାନିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଗତକାଲି ପ୍ରଥମ ଦିନ ସଟ୍ ଡାଉନରେ କିଛି ଅମାନିଆଁ ମେଡିକାଲ ବାହାନା ଦେଖାଇ ପୁଲିସକୁ ଚକମା ଦେଇ ଏଣେ ତେଣେ ବୁଲା ବୁଲି କରୁଥିବା, କେତେକ ଘରୁ ବାହାରି ପୁଲିସକୁ ଦେଖିଲେ ଲୁଚିଯିବା ଏବଂ ଅନ୍ୟାନ୍ୟ ଅସଙ୍ଗତି ସୃଷ୍ଟି କରୁଥିବା ଦେଖିବାକୁ ମିଳୁଥିଲା।

ଆଜି ଦ୍ୱିତୀୟ ଦିନରେ ଏହାକୁ ପୁଲିସ ସମସ୍ତ ସ୍ତାନରେ କଡ଼ା ନଜରରେ ରଖି ଚେକିଂ ପୋଷ୍ଟ ଗୁଡିକୁ ଅମାନିଆ ମାନଙ୍କ ଉପରେ ନଜର ରଖିଥିଲା। ବୁର୍ଲା ସହରର କିଛି ଅମାନିଆଁଙ୍କୁ ସାବାର୍ଡ଼ କରିବା ପାଇଁ ମୃଦୁ ଲାଠିଚାଳନା କରିଥିବା ଦେଖିବାକୁ ମିଳିଥିଲା। ତେବେ ପୁଲିସର ଏଭଳି କଡ଼ା ଅଭିମୁଖ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସହରରେ ସୃଷ୍ଟି ହୋଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ସଟ୍ ଡାଉନ୍ ଅବଧି ଆହୁରି ମାତ୍ରାରେ ବୃଦ୍ଧି କରାଯିବା ପାଇଁ ସ୍ତାନିତ ସଚେତନ ମହଲରେ ମତପ୍ରକାଶ ପାଉଛି। ତେବେ ଆଜି ସଟଡାଉନର ଦ୍ୱିତୀୟ ଦିବସରେ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ବୁର୍ଲା ଏସଡିପିଓ ତଥା ଥାନାଧିକାରୀ ସହରର ଅଞ୍ଚଳ ବୁଲି ସ୍ଥିତି ବ୍ୟବସ୍ତା ତଦାରଖ କରୁଥିବା ଦେଖିବାକୁ ମିଳିଥିଲା। ସମ୍ବଲପୁର ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସମେତ ତହସିଲଦାର, ଅତିରିକ୍ତ ଏସପି, ବୁର୍ଲା ଏସଡିପିଓଙ୍କ ସମେତ ବୁର୍ଲା ଥାନାଧିକାରୀ ପ୍ରମୂଖ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ତେବେ ଲୋକେ କଡାକଡ଼ି ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କେତେକ ଅମାନିଆଁ ରାସ୍ତା ଉପରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଭିସୁଟ ଲିଙ୍କ ୧୩ରେ ପହଞ୍ଚି ଯାଇଥିବା ବେଳେ ଅଗ୍ନିଶମ ବିଭାଗୀୟ କର୍ମଚାରୀଙ୍କ କରୋନା ପରୀକ୍ଷାର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇ ନାହିଁ। ସେପଟେ ବର୍ତ୍ତମାନ ସୁଦ୍ଧା କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଛି। ତେବେ ଏହି ସଟ ଡାଉନ ସମୟରେ ବୁର୍ଲା ସହରର ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ୱାର୍ଡ ଆଦି ଅଞ୍ଚଳ ସଟ ଡାଉନ ହେବ ବୋଲି ସୂଚନା ଦିଆ ଯାଇଥିଲା ଯାହାକି ସମ୍ପୁର୍ଣ୍ଣ ଶିକ୍ଷାନଗରୀ ବୁର୍ଲାକୁ ବୁଝାଉଛି। କେବଳ ୍‍ଜରୁରୀକାଳିନ ସେବାକୁ ଏହି ସଟ ଡ଼ାଉନରୁ ବାଦ ଦିଆଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories