www.samajalive.in
Thursday, December 11, 2025
16.1 C
Bhubaneswar

ଦେଦର୍ହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବହୁବ୍ୟକ୍ତି: କରୋନା ପରୀକ୍ଷା ପାଇଁ ଦାବି, ବୈଜଲସାଗର ଗ୍ରାମରେ ସପ୍ତାହେ ସଟ୍‍ଡାଉନ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଦେଦର୍ହ ଗ୍ରାମର ଜଣେ ମହିଳା ଦୁଇଦିନ ପୂର୍ବେ କରୋନା ଆକ୍ରାନ୍ତ ହୋଇଥିବା ନେଇ ଚିହ୍ନଟ ହୋଇଛନ୍ତି। ମାତ୍ର ଉକ୍ତ ମହିଳା ଜଣକ ଚିହ୍ନଟ ହେବା ପୂର୍ବରୁ ନିଜ ଗାଁ ଦେଦର୍ହ ସହିତ ତାଙ୍କ ବାପଘର ଗ୍ରାମ ବୈଜଲସାଗର ଗାଁର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବାକୁ ମିଳିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରିବାକୁ ଉଭୟ ଗ୍ରାମର ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଅନ୍ୟ ପକ୍ଷରେ ତାଙ୍କ ବାପଘର ଗ୍ରାମ ବୈଜଲସାଗରକୁ ଗମ୍ଭାରୀ ସରପଞ୍ଚ ରଞ୍ଜିତା ମେହେର ଜିଲାପାଳ କ୍ଷମତା ବଳରେ ୭ଦିନ ପାଇଁ ସଟ୍‍ଡାଉନ ଘୋଷଣା କରିଛନ୍ତି। ଏହି ଆକ୍ରାନ୍ତ ମହିଳା ଜଣକ ତାଙ୍କ ପରିବାର ଲୋକଙ୍କ ସହିତ ଜୁନ ୪ ତାରିଖରେ ତାମିଲନାଡୁରୁ ତାଙ୍କ ଗ୍ରାମ ଦେଦର୍ହକୁ ଫେରିଥିଲେ। ସେ ଗର୍ଭବତୀ ଥିବାରୁ ପଂଚାୟତ ସଙ୍ଗରୋଧ କେନ୍ଦ୍ର ଦେଦର୍ହ ହାଇସ୍କୁଲରେ ଗୋଟିଏ ରାତି ରହିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇ ଛାଡି ଦିଆଯାଇଥିଲା। ହୋମ କ୍ୱାରେଣ୍ଟାଇନରେ ଥିବା ସମୟରେ ସେ ତାଙ୍କ ବାପଘର ବେଲପଡା ବ୍ଲକ ଗମ୍ଭାରୀ ପଂଚାୟତ ଅନ୍ତର୍ଗତ ବୈଜଲସାଗର ଗ୍ରାମକୁ ବୁଲିଯାଇଥିଲେ। ଏହି ସମୟରେ ସେ ତାଙ୍କ ନିକଟ ସମ୍ପର୍କୀୟ ତଥା ଗ୍ରାମର ବହୁ ବ୍ୟକ୍ତିଙ୍କୁ ଭେଟିବା ସହିତ ତାଙ୍କ ସହିତ ମିଳାମିଶା କରିଥିବା ଜଣାପଡ଼ିଛି।

- Advertisement -

ଏନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ଆଜି ବେଲପଡା ବିଡିଓ ଭିକ୍ଟର ସୋରେନ, ତହସିଲଦାର ପ୍ରିୟରଞ୍ଜନ କୁମ୍ଭାର, ବ୍ଲକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀ, ଖପ୍ରାଖୋଲ ଥାନା ଏସ୍‍.ଆଇ. ପଂଚାନନ ନେଗୀ, ଗମ୍ଭାରୀ ସରପଂଚ ରଞ୍ଜିତା ମେହେର ପ୍ରମୁଖ ବୈଜଲସାଗର ଗ୍ରାମକୁ ଯାଇଥିଲେ। ଆକ୍ରାନ୍ତ ମହିଳାଜଣଙ୍କ ତାଙ୍କ ଗ୍ରାମର ଅନେକ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ନେଇ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ କରି କରୋନା ପରୀକ୍ଷା କରିବା ପାଇଁ ଦାବି କରିଥିବା ଜଣାପଡ଼ିଛିି। ପ୍ରଶାସନିକ ଅଧିକାରୀମାନେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଆସନ୍ତା ୧୭ ତାରିଖ ପର୍ୟ୍ୟନ୍ତ ସରପଂଚ ସଟ୍‍ଡାଉନ ଘୋଷଣା କରିଥିବା ବେଳେ ବୈଜଲସାଗର ଗ୍ରାମର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହିତ ଘରୁ କେହି ନ ବାହାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ମହିଳା ଦେଦର୍ହ ଗ୍ରାମରେ ମାସାଧିକ ସମୟଧରି ଗ୍ରାମର ଜନସାଧାରଣଙ୍କ ସହିତ ମିଳାମିଶା କରିଥିବା ବେଳେ ଗାଁ ପୋଖରୀରେ ଗାଧୁଆ ପାଧୁଆ କରୁଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର କରୋନା ପରୀକ୍ଷା କରିବା ପାଇଁ ଦେଦର୍ହ ଗ୍ରାମବାସୀ ଦାବି କରିଛନ୍ତିା

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories