ମୁରିବାହାଲ: ମୁରିବାହାଲ ବ୍ଲକ ସଭାଗୃହରେ ଶୁକ୍ରବାର କୋଭିଡ଼ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡିଓ ନରେଶ ଚନ୍ଦ୍ର ବେହେରା, ସିଡିପିଓ ସରସି ପଣ୍ଡା, ସିପି ସୁନିଲ ଜୈନ, ପିଏ ବିରେନ୍ଦ୍ର ରାଏ, ବିପିଏମ ଅମିୟ ରାଜ ପାଲିଆ ପ୍ରମୁଖ ଉପସ୍ଥିତ ରହି ତାଲିମ ଦେଇଥିଲେ। ଏଥିରେ ସମସ୍ତ ନୋଡାଲ ଅଫିସର ଓ ସରପଞ୍ଚ ଯୋଗ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତରେ ୧୦ଶଯ୍ୟା ବିଶିଷ୍ଟ କୋଭିଡ଼ ହୋମ ପ୍ରତିଷ୍ଠା , ୫ ରୁ ୭ଟି ପଞ୍ଚାୟତକୁ ନେଇ କ୍ଲଷ୍ଟର ଲେଭେଲ କୋଭିଡ଼ ଗୃହ ପରିଚାଳନା, ବ୍ଲକର ୪ଟି ମୁରିବାହାଲ, ହଳଦୀ,ଗୁଡିଘାଟ, ଗୋଇମୁଣ୍ଡରେ ସିସିଏଚ ପରିଚାଳନା ନିଷ୍ପତି ନିଆଯାଇଛି। ସେହିପରି ଗ୍ରାମ୍ୟ ସ୍ତରରେ ଗାଁ କଲ୍ୟାଣ ସମିତିକୁ ନେଇ କୋଭିଡ଼ ପରିଚାଳନା ସମ୍ପର୍କରେ ତାଲିମ ପରିଚାଳନା କରାଯାଇଥିଲା।
Popular Categories



