www.samajalive.in
Thursday, December 11, 2025
16.1 C
Bhubaneswar

ପଣ୍ୟ ପରିବହନ: ପୂର୍ବତଟ ରେଳପଥ ଗଠନ କଲା ବିଜ୍‌ନେସ୍ ଡ଼େଭେଲମେଣ୍ଟ ୟୁନିଟ୍

ଭୁବନେଶ୍ବର:ରେଳ ପଣ୍ୟ ପରିବହନ କ୍ଷେତ୍ରରେ ପରିବହନ ବୃଦ୍ଧି ସହ ଉପଭୋକ୍ତାଙ୍କୁ ସୁବିଧା ପ୍ରଦାନ ନିମନ୍ତେ ପୂର୍ବତଟ ରେଳପଥ ଦ୍ୱାରା ବିଜ୍‌ନେସ୍ ଡ଼େଭେଲପମେଣ୍ଟ ୟୁନିଟ୍ (ବିଡ଼ିୟୁ) ଗଠନ କରାଯାଇଛି । ଏଥିପାଇଁ ଜୋନାଲସ୍ତରରେ ମୁଖ୍ୟ ମାଲ୍ ପରିବହନ ପ୍ରବନ୍ଧକ (ସିଏଫ୍‌ଟିଏମ୍)ଙ୍କ ସମନ୍ୱୟରେ ଟ୍ରେନ୍ ପରିଚାଳନା, ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ ବରିଷ୍ଠ ପ୍ରଶାସନିକ ଗ୍ରେଡ଼୍(ଏସ୍ଏଜି) ସ୍ତରୀୟ ଅଧିକାରୀ କମିଟିରେ ରହିବେ। ମଣ୍ଡଳସ୍ତରରେ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ (ସିନିୟର ଡ଼ିଓଏମ୍)ଙ୍କ ସମନ୍ୱୟରେ ଟ୍ରେନ୍ପ ପରିଚାଳନା , ବାଣିଜ୍ୟ, ଅର୍ଥ ଓ ଯାନ୍ତ୍ରିକ ବିଭାଗରୁ କନିଷ୍ଠ ପ୍ରଶାସନିକ ଗ୍ରେଡ଼୍ (ଜେଏଜି) ସ୍ତରୀୟ ଅଧିକାରୀ ରହିବେ। ଏହି ୟୁନିଟ୍ ଗୁଡ଼ିକ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହିତ ଆଲୋଚନା କରି ସଡ଼କ ପଥରେ ପରିବହନ ହେଉଥିବା ପଣ୍ୟକୁ ରେଳଦ୍ୱାରା ପରିବହନ କରିବାକୁ ଆତ୍କୃଷ୍ଟ କରିବେ। ରେଳ ବୋର୍ଡ଼ର ନିର୍ଦେଶାନୁଯାୟୀ ପୂର୍ବତଟ ରେଳପଥ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥାଗୁଡ଼ିକର ନିକଟତର ହେବା ନିମନ୍ତେ ଓ ଅଣ-ବଲ୍କ ଗୁଡ଼୍ସ ଟ୍ରାଫିକ୍ ସହିତ ବିଭିନ୍ନ କ୍ଷେତ୍ରରେ ଥିବା ପରିବହନ ଆବଶ୍ୟକତାରେ ରେଳପଥର ଅଂଶୀଦାରିତା ବୃଦ୍ଧି କରିବା ନିମନ୍ତେ ଉଭୟ ଜୋନାଲ୍ଓ ମଣ୍ଡଳ ସ୍ତରରେ ଏଭଳି ୟୁନିଟଗୁଡ଼ିକର ଗଠନ କରିଛି। ଜୋନାଲ୍ ସ୍ତରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ଦ୍ୱାରା ଗଠନ କରାଯାଇଥିବା ଚାରି ଜଣ ସଦସ୍ୟ ବିଶିଷ୍ଟ ବିଜ୍‌ନେସ୍ ଡ଼େଭେଲପମେଣ୍ଟ ୟୁନିଟରେ ମୁଖ୍ୟ ମାଲ ପରିବହନ ପ୍ରବନ୍ଧକ ସଞ୍ଜୟ ମିଶ୍ର ଆବାହକ ରୂପେ, ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ (ପଣ୍ୟ ପରିବହନ ସେବା) ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ମୁଖ୍ୟ ରୋଲିଂ ଷ୍ଟକ୍ ଇଞ୍ଜିନିୟର ଏସ୍.ପି.ସିଂହ ଏବଂଅର୍ଥନୈତିକ ପରାମର୍ଶ ଦାତା ଓ ମୁଖ୍ୟ ଲେଖା ଅଧିକାରୀ ବିଜୟ କୁମାର ମିଶ୍ର ସଦସ୍ୟ ରହିଛନ୍ତି । ଏହି ୟୁନିଟ୍ ଭାରତୀୟ ରେଳପଥର ୨୦୨୪ ସୁଦ୍ଧା ମାଲ୍ ପରିବହନକୁ ଦ୍ବିଗୁଣିତ କରିବା ଲକ୍ଷ୍ୟ ଉପରେ ଗୁରୁତ୍ୱଦେବ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories