ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ଦେଶର ବିକାଶ ଯାତ୍ରା ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ନୂଆ ଗତି ଦେବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଭାରତକୁଏକ ଆତ୍ମନିର୍ଭର ଅର୍ଥନୀତି କରିବାରେ ଏବଂ ଆତ୍ମନିର୍ଭର ଭାରତ ପାଇଁ ମଜବୁତ୍ ସୁଧାର ତଥା ଚାଷୀ, ଶ୍ରମିକ, ମଧ୍ୟବତ୍ତି ଏବଂ ଉକ୍ୟାଗୀଙ୍କୁସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥକି ପ୍ୟାକେଜ ଘୋଷଣାକୁ ସ୍ୱାଗତ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

prayash

ଦେଶ ଜିଡ଼ିପିର ପ୍ରାୟ ୧୦ % , ୨୦ ଲକ୍ଷ କୋଟି ଟଙ୍କାର ଏହି ଆର୍ଥକି ପ୍ୟାକେଜ ଦେଶର ବିକାଶ ଯାତ୍ରାକୁ ଓ ୧୩୦ କୋଟି ଦେଶବାସୀଙ୍କୁ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ନୂଆ ଗତି ଦେବ। ଏହି ଆର୍ଥକି ପ୍ୟାକେଜ ମାଧ୍ୟମରେ ଦେଶର ଅର୍ଥବ୍ୟବସ୍ଥା ସଙ୍କଟକୁ ସାମ୍ନା କରବିା ପାଇଁ ନୂଆ ସଂକଳ୍ପ ମିଳବି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତିଯେ, ୧୩୦ କୋଟି ଦେଶବାସୀ ଯଦି ସଂକଳ୍ପ କରିବେ ତେବେ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହଁ। ସକଳ୍ପକୁ ମଜବୁତ କରବିା ସହ ଏହି ସଂକଟ ସହ ଲ଼ଢିବାକୁ ହେବ ଏବଂ ଆତ୍ମ ନିର୍ଭର ମଧ୍ୟ  ମଧ୍ୟ ହେବାକୁ ପଡ଼ିବ।

Comments are closed.