ଧର୍ମଅନୁସାରେ କିଏ ମଣିଷର ପ୍ରକୃତ ବନ୍ଧୁ

0

ଆପଣ କାହା ଉପରେ ଆଖିବୁଜି ବିଶ୍ୱାସ କରିପାରିବେ ନାହିଁ। ଯିଏ ବର୍ତ୍ତମାନ ଆପଣଙ୍କ ବନ୍ଧୁ ଅଛନ୍ତି ସେ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସହ ରହିବ କି ନାହି ତାହା କହି ହେବନାହିଁ। ଏମିତି ବି ଆପଣ ଦେଖୁଥିବେ ଆପଣଙ୍କର ଅନେକ ବନ୍ଧୁ ଥିବେ ଯେଉଁ ମାନେ ଆପଣଙ୍କ ସହ ମରିବା ପର୍ଯ୍ୟନ୍ତ ରହିବା ଦୂରର କଥା ବଞ୍ଚିଥିବା ସମୟରେ ଆପଣଙ୍କୁ ଛାଡି ଚାଲିଯାଉଥିବେ। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କର ଜଣେ ଏମିତି ବନ୍ଧୁ ଅଛି ଯିଏ ମରିବା ପର୍ଯ୍ୟନ୍ତ ଆପଣଙ୍କ ସହ ରହିଥାଏ। ଆପଣଙ୍କୁ କେବେବି ଛାଡିକି ଯାଏନି। ଆପଣ ଯଦି ଜାଣି ନାହାନ୍ତି ତେବେ ଏବେ ସେ ବନ୍ଧୁଙ୍କସହ ପରିଚିତ କରେଇଦେବୁ
ଆଚାର୍ଯ୍ୟ ବୃହସ୍ପତି ଦେବତାମାନଙ୍କର ଗୁରୁଥିଲେ ସେ ସର୍ବଦା ଦେବତାମାନଙ୍କୁ କହୁଥିଲେ ଆପଣଙ୍କ ଜୀବନରେ ଆପଣ ଅହଙ୍କାର କରିବା ଅନୁଚିତ, କାରଣ ଅହଙ୍କାର କରିବା ଦ୍ୱାରା ଆପଣ ଯାହା କିଛି ପୁଣ୍ୟ ଅର୍ଜନ କରିଥିବେ ତାହାର କୈାଣସି ମୂଲ୍ୟ ରହିବନାହିଁ । ମନ୍ୟୁଷ୍ୟ ସର୍ବଦା ସତ୍ୟରେ ଅଟଳ ରହିବା ଆବଶ୍ୟକ। କାରଣ ଏହା ମନ୍ୟୁଷ୍ୟକୁ ସ୍ୱର୍ଗପ୍ରାପ୍ତି କରାଇଥାଏ।

prayash

ଥରେ ଯୁଦ୍ଧିଷ୍ଠିର ବୃହସ୍ପତିଙ୍କ ସତସଙ୍ଗରେ ପହଞ୍ଚି ତାଙ୍କୁ ପଚାରିଲେ ଦେବଗୁରୁ ମନ୍ୟୁଷ୍ୟର ପକୃତ ବନ୍ଧୁ କିଏ ? ଆଚାର୍ଯ୍ୟ ବୃହସ୍ପତି କହିଲେ ରାଜା ପ୍ରାଣୀ ଏକାକୀ ଜନ୍ମ ନିଏ , ଏକାକୀ ଦୁଃଖ ପାଏ ଏବଂ ସେ ନିଜେ ଦୂର୍ଗତି ଭୋଗେ। ମନ୍ୟୁଷ୍ୟର ବନ୍ଧୁ ବାନ୍ଧବ ମରିବାର କିଛି କ୍ଷଣ ପର୍ଯ୍ୟନ୍ତ କାନ୍ଦିଥାଆନ୍ତି। ମଣିଷକୁ ମରିବାପରେ ମଶାଣୀ ପର୍ଯ୍ୟନ୍ତ ସାଙ୍ଗରେ ଯାଇଥାଆନ୍ତି , ଅଗ୍ନିରେ ଦାହ ଦେଇ ମୁହଁ ବୁଲାଇ ଚାଲି ଆସନ୍ତି। ଏକମାତ୍ର ମନ୍ୟୁଷ୍ୟର ଧର୍ମ ଏବଂ ତାର ସତକର୍ମ ହିଁ ମନୁଷ୍ୟ ସହ ମୃତ୍ୟୁ ପର୍ଯ୍ୟନ୍ତ ସାଥିରେ ରହିଥାଏ। ତେଣୁକରି କେଉଁ ସମ୍ପର୍କିୟଙ୍କ ମୋହରେ ପଡି ଧର୍ମ ବିରୋଧ କାର୍ଯ୍ୟ କରିବା ଅନୁଚିତ।
ଧର୍ମ ନୀତିର ତତ୍ତ୍ୱ ରହସ୍ୟକୁ ବୁଝାଇ ଆଚାର୍ଯ୍ୟ ବୃହସ୍ପତି କହିଲେ ଯହା ନିଜକୁ ଠିକ ନ ଲାଗୁଛି ତାହା କରିବା ଅନୁଚିତ। ଅମକୁ କିଏ କଟୁକଥା କହିବା ଏବଂ ନିନ୍ଦା କଲେ ଦୁଃଖଲାଗିଥାଏ , ଠିକ ସେହିଭଳି କହାର ନିନ୍ଦାକରିବା ନାହିଁ କି କାହାକୁ କଟୁକଥା କହିବା ଅନୁଚିତ ଏବଂ କାହାର ବି ଅମଙ୍ଗଳ କରିବା ଅନୁଚିତ। ଏହା ଧର୍ମ ତତ୍ତ୍ୱଅଟେ ବୋଲି ବୃହସ୍ପତି କହିଥିଲେ। ଏହିଭଳି କହି ଯୁଦ୍ଧିଷ୍ଠିରଙ୍କୁବୁଝାଇଥିଲେ।

kalyan agarbati
Leave A Reply