www.samajalive.in
Sunday, December 7, 2025
23.1 C
Bhubaneswar

ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ପାଳିତ

ବ୍ରହ୍ମପୁର: ସ୍ଥାନୀୟ କୋର୍ଟପେଟା ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ଠାରେ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା,ସମାଜସେବୀ ସଂଜୟ କୁମାର ମାଝୀ ଯୋଗ ଦେଇ ସଭାକାର୍ୟ୍ୟର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ମଲ୍ଲିକାର୍ଜୁନ ବେବର୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକାର୍ୟ୍ୟକୁ କ୍ରୀଡ଼ା ଶିକ୍ଷକ କେଦାରନାଥ ଚୌଧୁରୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ମାଳବିକା ପାଢ଼ୀ, ପ୍ରମୋଦ କୁମାର ପଣ୍ଡା, ରାଧାନାଥ ପାଢ଼ୀ, ସୂର୍ୟ୍ୟ ନାରାୟଣ ଶତପଥୀ, ଅନୀତା ପ୍ରଧାନ, ଇନ୍ଦ୍ରମଣି ଦେବୀ, ସବିତା ଚୌଧୁରୀ, ମମତା ପାତ୍ର ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଉପସ୍ଥିତିରେ ବିଧାୟକ ଡ଼ା.ଚ୍ୟାଉ ପଟ୍ଟନାୟକ ଯୋଗଦେଇ ଶୋଭାଯାତ୍ରାକୁ ଆଗେଇ ନେଇଥିଲେ । ଶେଷରେ ହକିର ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡ଼ା କୃତିତ୍ୱ ସଂପର୍କରେ ସ୍ମୃତିଚାରଣ କରିବା ସହ ବିଧାୟକ ଡ଼ା.ଚ୍ୟାଉପଟ୍ଟନାୟକ ଏବଂ ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଛାତ୍ରଛାତ୍ରୀ ମାନଙ୍କୁ ଧ୍ୟାନଚାନ୍ଦଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇଥିଲେ । ଶେଷରେ କ୍ରୀଡ଼ା ଶିକ୍ଷକ ଶ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories