www.samajalive.in
Tuesday, December 9, 2025
16.1 C
Bhubaneswar

୧୩୨ କେଭି ଟାଓ୍ବାରରେ ଚଢି ଆତ୍ମହତ୍ୟା ଉଦ୍ୟମ : ଅଳ୍ପକେ ବର୍ତ୍ତିଲେ ମଦ୍ୟପ ଯୁବକ

ଧାମରା: ଧାମରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୩୨ କେଭି ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲେ ମଦ୍ୟପ ଯୁବକ। ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ବାମପଦ ଗୋପେ ବୋଲି ଜଣାପଡିଛି। ସମ୍ପୃକ୍ତ ଯୁବକ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଏକ ୧୩୨ କେଭି ଟାୱାର ଲାଇନ କୁ ଚଢିଯାଇଥିଲା। ଦେଖଣାହାରୀ ତାକୁ ତଳକୁ ଓହ୍ଲାଇବାକୁ କହୁଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ୧୩୨ କେଭି ତାରକୁ ଧରିଥିଲା। ଫଳରେ ସମ୍ପୃକ୍ତ ଯୁବକ ଙ୍କ ଦେହରେ ନିଆଁ  ଲାଗିଯାଇଥିଲା। ଭାଗ୍ୟବଶତଃ ସମ୍ପୃକ୍ତ ଯୁବକ ଟାୱାର ଖୁଣ୍ଟ ରୁ ଖସି ପଡିଥିଲା।  ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଆଦାନୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories