www.samajalive.in
Thursday, December 11, 2025
16.1 C
Bhubaneswar

ଦେବୋତ୍ଥାନ ଏକାଦଶୀ; ଦେବୀ-ଦେବତାଙ୍କ ଦୀପୋତ୍ସବ ଦିନ, ଭୁଲରେ କରନ୍ତୁ ନାହିଁ ଏହି ୫ଟି କାମ

ବର୍ଷକ ଯାକର ୨୪ଟି ଏକାଦଶୀ ମଧ୍ୟରେ ସବୁଠାରୁ ଶୁଭ ଓ ମଙ୍ଗଳକାରୀ ଏକାଦଶୀ ହେଉଛି କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଦେବୋତ୍ଥାନ ଏକାଦଶୀ। ଏହି ଏକାଦଶୀକୁ ଦେବଉଠନୀ ଏକାଦଶୀ ମଧ୍ୟ କୁହାଯାଏ। ଚଳିତ ବର୍ଷ ଏହି ଏକାଦଶୀ ନଭେମ୍ବର ୮ରେ ଅର୍ଥାତ୍ ଶୁକ୍ରବାର ପାଳନ କରାଯିବ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁ ଗତ ୪ ମାସ ଧରି କ୍ଷୀର ସାଗରରେ ଶୟନ କରିଥାନ୍ତି ଏବଂ ଦେବଉଠନୀ ଏକାଦଶୀ ଦିନ ନିଦ୍ରାରୁ ଜାଗ୍ରତ ହୁଅନ୍ତି। ସବୁ ଏକାଦଶୀ ମଧ୍ୟରୁ ଦେବଉଠନୀ ଏକାଦଶୀକୁ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ମଳିଛି। ଏହି ଏକାଦଶୀ ବ୍ରତ ପାଳନ କରୁଥିବା ବ୍ୟକ୍ତିକୁ ସ୍ବର୍ଗ ଓ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ଦେବୋତ୍ଥାନ ଏକାଦଶୀରେ କିଛି ଉପାୟ କରିବା ଦ୍ବାରା ବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତି ହେବା ସହ ସମସ୍ତ ଦୁର୍ଭାଗ୍ୟ ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
-ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି। ଏଥିରେ ଦେବୀ-ଦେବତାଗଣ ଖୁସି ହୋଇ ଏହି ଦିନ ଦୀପ ଉତ୍ସବ ପାଳନ କରିଥାନ୍ତି। ଏହିଦିନ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପାଇବା ପାଇଁ ନିଜ ଘରେ ଦୀପ ଜଳାନ୍ତୁ।
-ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ତୁଳସୀଙ୍କ ସହ ବିବାହ କରିଥାନ୍ତି। ତେଣୁ ଏହି ଦିନରେ ତୁଳସୀ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି।
-ଶାସ୍ତ୍ରରେ ସମସ୍ତ ଏକାଦଶୀରେ ଭାତ ଖାଇବାକୁ ବର୍ଜନ କରାଯାଇଛି। ମାନ୍ୟତା ରହିଛି ଯେ, ଏକାଦଶୀ ଦିନ ଭାତ ଖାଇବା ଦ୍ବାରା ମନୁଷ୍ୟ ରୁଗ୍ଣ ହୋଇ ଯାଇଥାଏ। ତେଣୁ ଏହିଦିନ ଭୁଲରେ ମଧ୍ୟ ଭାତ ଖାଆନ୍ତୁ ନାହିଁ।
-ଏକାଦଶୀ ବ୍ରତ ଦିନ ଭଗବାନ ବିଷ୍ଣୁଙ୍କ ଆରାଧନା ଓ ତାଙ୍କ ପ୍ରତି ସମର୍ପଣ ଭାବ ରଖିବା ଉଚିତ। ଏହି ଦିନ ଖାଦ୍ୟପେୟ, ବ୍ୟବହାରରେ ସଂଯମ ଓ ସାତ୍ତ୍ବିକତା ପାଳନ କରିବା ଉଚିତ।
– ଏକାଦଶୀ ଦିନ ସଂଯମ ରହିବା ସହ ସ୍ବାମୀ-ସ୍ତ୍ରୀ ବ୍ରହ୍ମଚର୍ୟ୍ୟା ପାଳନ କରିବା ଉଚିତ।
-ସବୁ ତିଥିରେ ଏକାଦଶୀ ତିଥି ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ କରାଯାଏ। ଏକାଦଶୀ ବତ୍ରର ଲାଭ ପାଇବା ପାଇଁ ଏହି ଦିନ ଅନ୍ୟକୁ କଠୋର ଶବ୍ଦ କୁହନ୍ତୁ ନାହିଁ। କଳି ଝଗଡାରୁ ବର୍ତ୍ତନ୍ତୁ।
– ଏହି ଦିନ ସକାଳୁ ଶୀଘ୍ର ଉଠନ୍ତୁ ଏବଂ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ଏହା ବ୍ୟତୀତ ଦେବୋତ୍ଥାନ ଏକାଦଶୀ ଦିନ କ୍ରୋଧ କରନ୍ତୁ ନାହିଁ ଏବଂ ମିଛ କୁହନ୍ତୁ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories