www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ, ପିଲାଙ୍କ ମଧ୍ୟରେ ଅବସାଦର ଲକ୍ଷଣ ଓ କାରଣ

ଯଦି ଆପଣଙ୍କ ପିଲା ସବୁବେଳେ ଚୁପଚାପ ଓ ଉଦାସ ରହୁଥାଏ ତେବେ ସାବଧାନ ହୋଇ ଯାଆନ୍ତୁ। ଏହା ଅବସାଦ ହେବାର ପ୍ରାରମ୍ଭିକ ଲକ୍ଷଣ ଅଟେ। ଆଧୁନିକ ଜୀବନଶୈଳୀରୁ ଆମ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ। ତେଣୁ ପିଲାଙ୍କ ମଧ୍ୟରେ ବର୍ତ୍ତମାନ ଅବସାଦର ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି। ବାପା-ମାଆ ଉଭୟ କର୍ମଜୀବୀ ହୋଇଥିଲେ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ। ପିତା-ମାତା ପିଲାଙ୍କୁ ଉପଯୁକ୍ତ ସମୟ ନ ଦେବାରୁ ସେମାନେ ନିଜକୁ ଏକୁଟିଆ ମନେ କରନ୍ତି। ପିଲାମାନେ ଏକୁଟିଆ ରହିବାରେ ଅଭ୍ୟସ୍ତ ହୋଇ ଯାଆନ୍ତି ଯାହା ପରବର୍ତ୍ତୀ ସମୟରେ ଅବସାଦ ରୂପେ ଦେଖା ଦେଇଥାଏ। ଏହାଦ୍ୱାରା ପିଲାମାନଙ୍କ ଖେଳବୁଲା ସମୟ ମଧ୍ୟ ନଷ୍ଟ ହୋଇଯାଏ।
ପିଲାମାନଙ୍କ ଅବସାଦର କାରଣ ସର୍ବଦା ଚିନ୍ତିତ ରହିବା। ମନୋଚିକିତ୍ସକଙ୍କ ମତରେ ୧୨ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ୩ ପ୍ରତିଶତ ପିଲା ଅବସାଦର ଶିକାର ହୋଇଥାନ୍ତି। ପିଲାମାନେ ଅବସାଦ ହେଉଥିବା କଥା ପିତାମାତା ଓ ଶିକ୍ଷକ କେହି ଜାଣି ପାରି ନଥାନ୍ତି।

ପିଲାଙ୍କ ମଧ୍ୟରେ ଅବସାଦର ଲକ୍ଷଣ :
ଚିଡଚିଡା ହେବା
ସର୍ବଦା ଦୁଃଖୀ ରହିବା ଓ ଚିନ୍ତିତ ରହିବା
ସାଙ୍ଗଙ୍କ ମେଳରେ ଚୁପଚାପ ରହିବା
ବ୍ୟବହାରରେ ହଠାତ ପରିବର୍ତ୍ତନ ହେବା
ଛୋଟ ଛୋଟ କଥାରେ ରାଗି ଯିବା
ଖାଇବା ପିଇବାରେ ବାରମ୍ବାର ମନା କରିବା
ପାଠପଢା ଓ ଖେଳକୁଦରେ ମନ ନ ଲାଗିବା
ସବୁବେଳେ ବ୍ୟସ୍ତ, ବିବ୍ରତ ରହିବା
ସବୁବେଳେ ନକରାତ୍ମକ କଥା କହିବା
ଏକୁଟିଆ ରହିବାକୁ ପସନ୍ଦ କରିବା

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories