www.samajalive.in
Monday, December 15, 2025
24.1 C
Bhubaneswar

ହ୍ୱିଲ ଚେୟାର ବିଶ୍ୱ ରେକର୍ଡଧାରୀ କମଲ କାନ୍ତଙ୍କୁ  ସମ୍ବର୍ଦ୍ଧିତ କଲା କ୍ରୀଡ଼ା ଓ ଯୁବସେବା ବିଭାଗ 

ଭୁବନେଶ୍ବର: ପାରା-ଆଥଲେଟ୍‌ କମଲକାନ୍ତ ନାୟକଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବା ସହିତ ଉଚ୍ଛସ୍ବିତ ସମ୍ବର୍ଦ୍ଧିତ ଦିଆଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା ଆଜି କଳିଙ୍ଗ ହକି ଷ୍ଟାଡିୟମ୍‌ ପରିସରରେ କମଲ କାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନିଜର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ବଳରେ କମଲକାନ୍ତ ସମଗ୍ର ବିଶ୍ୱରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା ସହ ସବୁ କ୍ରୀଡ଼ାବିତ୍‌ ଏବଂ ଯୁବପିଢ଼ିଙ୍କ ଲାଗି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଥି ସହିତ କମଲକାନ୍ତଙ୍କୁ ପାରାଲମ୍ପିକ୍ସରେ ଅଂଶଗ୍ରହଣ ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ନିମନ୍ତେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରଚେଷ୍ଟା କରାଯିବ ବୋଲି ସଚିବ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ୨୮ ବର୍ଷର କମଲକାନ୍ତ ନାୟକ ହ୍ୱିଲ୍‌ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୩ କିଲୋମିଟର ଯାତ୍ରା କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଆଜିର ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର ନାୟକ, ବେଟରଲାଇଫ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories