www.samajalive.in
Monday, December 8, 2025
27.1 C
Bhubaneswar

ନକଲି ଚାକିରି ଦେଇ ଲକ୍ଷାଧିକ ଟଙ୍କା ଠକେଇ, ସ୍ବାମୀ-ସ୍ତ୍ରୀ ଗିରଫ

ବ୍ରହ୍ମପୁର: ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ରାଜ୍ୟ ତଥା ବାହାରର ନାମୀଦାମୀ କମ୍ପାନୀରେ ନକଲି ତଥା ଜାଲ ଚାକିରି ଦେଇଥିବା ବ୍ରହ୍ମପୁରର ଏକ ଘରୋଇ ସଂସ୍ଥାରେ ପୁଲିସ ଚଢାଉ ହୋଇଛି। ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଗଳିସ୍ଥିତ କ୍ରିଷ୍ଣାସାଇ ଗ୍ରୁପ ପ୍ରାଇଭେଟ ଲିମିଟେଡ ସଂସ୍ଥାର କାର୍ଯ୍ୟାଳୟରୁ ୧୩ଟି କମ୍ପ୍ୟୁଟର, ୮ଟି ବ୍ୟାଙ୍କ ଖାତା, ବିଭିନ୍ନ ପଦବୀର ନକଲି ପରିଚୟପତ୍ର ଜବତ କରିଛି। ପୁଲିସ ସଂସ୍ଥାର ମାଲିକ ଦମ୍ପତିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନାପ୍ରକାରେ, ବ୍ରହ୍ମପୁର ବାପୁଜୀନଗର ତୃତୀୟ ଲାଇନର କୃଷ୍ଣଚନ୍ଦ୍ର ସେଠୀ ଓ ତାଙ୍କ ପତ୍ନୀ ସିମ୍ପଲ ସେଠୀ ବ୍ରହ୍ମାନଗର ଦ୍ବିତୀୟ ଗଳିରେ କ୍ରିଷ୍ଣାସାଇ ଗ୍ରୁପ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଖୋଲି ଗଞ୍ଜାମ ସମେତ ଆଖପାଖ ଜିଲାର ବେକାର ଯୁବକଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ବେକାର ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ରାଜସ୍ଥାନର ନିର୍ମାଣକାରୀ ସଂସ୍ଥା ଭୱରିଆଁ ଇନଫ୍ରା ପ୍ରୋଜେକ୍ଟସ ଲିମିଟେଡ ଓ ଟାଟା ପାୱାର ଭଳି ବଡ ବଡ କମ୍ପାନୀରେ ଏରିଆ ମ୍ୟାନେଜର, ସୁପରଭାଇଜର ଭଳି ବିଭିନ୍ନ ପଦବୀରେ ଚାକିରି ଦେବାପାଇଁ ଚୁକ୍ତି କରିଥିଲେ। ସେହିକ୍ରମରେ ସ୍ବାମୀ କୃଷ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସିମ୍ପଲ ଚୁକ୍ତି କରିଥିବା ଯୁବକଙ୍କୁ ବିଭିନ୍ନ କମ୍ପାନୀର ଲୋଗ ଓ ଠିକଣା ଥିବା ନକଲି ନିଯୁକ୍ତପତ୍ର ଓ ପରିଚୟ ପତ୍ର ଦେଇଥିଲେ। ସ୍ବାମୀ କୃଷ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସିମ୍ପଲଙ୍କ ଆଶାୟୀ ଯୁବକମାନେ ଠାରୁ ପାଇଥିବା ପରିଚୟପତ୍ର ଓ ନିଯୁକ୍ତିପତ୍ରକୁ ଧରି ଚାକିରି କରିବାକୁ ଗଲାପରେ ଏହା ତାଙ୍କ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇନାହିଁ ବୋଲି ଭୱରିଆଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ।

 

- Advertisement -

ଫଳରେ ଏହି ଚାକିରି ଆଶାୟୀମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏପଟେ ତାଙ୍କ କମ୍ପାନୀ ନାଁରେ ନକଲି ନିଯୁକ୍ତିପତ୍ର ଦେଇ କମ୍ପାନୀକୁ ବଦନାମ କରିଥିବାରୁ ଭୱରିଆଁ କମ୍ପାନୀର ସହକାରୀ ମ୍ୟାନେଜର ବିଜୟକୁମାର ଠାକୁର ଗୋସାଇଁ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିକ୍ରମରେ ପୁଲିସ ୧୪/୨୨​‌େ​‌ର ଏକ ମାମଲା ରୁଜୁ କରି ସେହି କମ୍ପାନୀ ନାଁରେ ନକଲି ନିଯୁକ୍ତିପତ୍ର ଦେଉଥିବା ଅଭିଯୁକ୍ତ ସ୍ବାମୀ କୃଷ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସିମ୍ପଲଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଆଜି ଗୋସାଇଁ ନୂଆଗାଁ ଥାନା ଓ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପକ୍ଷରୁ ମିଳିତଭାବେ ବ୍ରହ୍ମାନଗର ଦ୍ବିତୀୟ ଲାଇନ ସ୍ଥିତ ଅଭିଯୁକ୍ତ ସ୍ବାମୀ କୃଷ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସିମ୍ପଲଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା। ପୁଲିସ ସେହି କାର୍ଯ୍ୟାଳୟରୁ ୧୩ଟି କମ୍ପ୍ୟୁଟର ସେଟ୍, ବିଭିନ୍ନ ବ୍ୟାଙ୍କର ୮ଟି ଖାତା, ଏକାଧିକ ଚେକ୍ ବହି ଜବତ କରିଥିଲା।  ସେହିପରି ଭୱରିଆଁ କମ୍ପାନୀ ସହ ଟାଟା ପାୱାର, ଲାନ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଭଳି କମ୍ପାନୀ ନାଁରେ ଚୁକ୍ତି କରିଥିବା ଯୁବକମାନଙ୍କ ନାଁରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନକଲି ନିଯୁକ୍ତିପତ୍ର ଓ ପରିଚୟପତ୍ର ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories