www.samajalive.in
Sunday, December 7, 2025
23.1 C
Bhubaneswar

ବିଦ୍ୟୁତ ତାର ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ଦେଓଗାଁ: ଦେଓଗାଁ ବ୍ଳକ ଅନ୍ତର୍ଗତ ଗାଇବାହାଲ ପଞ୍ଚାୟତ ର ରତନପୁର ଗାଁରେ ଗୋଟିଏ ଘର ଉପରେ ଯାଇଥିବା ବିଦ୍ୟୁତ ତାର ଛିଣ୍ଡି ପଡିଯିବାରୁ ଏକ ଘର ଜଳିପାଉଁଶ ହୋଇଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ। ବୁଧବାର ଅପରାହ୍ଣରେ ଏହି ଗାଁର ଦୁଃଖ ରାଉତଙ୍କ ଘରଦେଇ ଯାଇଥିବା ବିଦ୍ୟୁତ ତାର ଦୁଇଟି ସ୍ପର୍ଶ ହେବାରୁ ନିଆଁ ହୁଲା ବାହାରି ଘର ଚାଳ ଉପରେ ପଡିଥିଲା। ଫଳରେ ଘରର ଆବାସପତ୍ର ସହ ନିକଟରେ ଥିବା ଗୁହାଳ ମଧ୍ୟ ଜଳିଯାଇଥିଲା। ନିଆଁ ଲାଗିବା ଖବର ପାଇଲାପରେ ଦେଓଗାଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରଉପରେ ଯାଇଥିବା ବିଦ୍ୟୁତ ତାରକୁ ସେଠାରୁ ହଟାଇବା ପାଇଁ ଶ୍ରୀ ରାଉତ ବିଦ୍ୟୁତ ବିଭାଗ ପାଖରେ ବାରମ୍ବାର ଦାବି କରିଆସୁଥିଲେ ସେଥିରେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ ଆଜି ଏଭଳି ଅଘଟଣ ଘଟିଛି ଏବଂ ଘରଟି ଜଳିଯାଇଛି ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ଏଣୁ ବିଦ୍ୟୁତ ବିଭାଗ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories