www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବି: ଘେରାଉ କଲେ ବ୍ଳକ କାର୍ଯ୍ୟାଳୟ , ୫ଟି ପଞ୍ଚାୟତରେ ଦେଲେ ତାଲା

ଦେଓଗାଁ: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ କୁ ନେଇ ଗତ ସୋମବାର ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିବା ବେଳେ ମଙ୍ଗଳବାର ଦିନ ଦେଓଗାଁ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଛି। ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ଦାବିପତ୍ର ଦେବାପରେ ପଞ୍ଚାୟତ ମୁହାଁ ହୋଇ ଦେଓଗାଁ ବ୍ଳକର ୫ଟି ପଞ୍ଚାୟତ ଯଥା ହାତୀସରା, ଗୌଡ଼ଗୋଠ, ବଡ଼ବାହାଲ, ଘୁଡୁକାପଲା, ମୁକୁନ୍ଦପୁର ପଞ୍ଚାୟତରେ ତାଲା ଦେଇଥିବା ବ୍ଳକ ସଂଘ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଥାଉ କି, ମଙ୍ଗଳବାର ଦିନ ୨ ଟା ସମୟରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା କରିଥିଲେ ଆଦିବାସୀ ମହିଳା ଓ ପୁରୁଷ। ଏଥିରେରେ ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତରୁ ଆସିଥିବା ଅନୁସୂଚିତ ଜନଜାତିର ଲୋକ ସାମିଲ ହୋଇଥିଲେ। ଦେଓଗାଁ କଲେଜ ଛକରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଜାର ତାଳେ ତାଳେ ନୃତ୍ୟ କରି ଦେଓଗାଁ ବସ୍ତି ଭିତରେ ଯାଇ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଥିଲେ ଆଦିବାସୀ ମହିଳା ଓ ପୁରୁଷ।

 

- Advertisement -

ବିକ୍ଷୋଭ କାରୀମାନେ ଶୋଭାଯାତ୍ରାରେ ଆସୁଥିବା ବେଳେ ଦେଓଗାଁ ବସଷ୍ଟାଣ୍ଡ ଉପରେ ଲାଗିଥିବା ସରକାରୀ ବିଜ୍ଞାପନ ଚିରି ଦେଇଥିବା ଦେଖିବାକୁ ମିଳିଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆସିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା ଦେଓଗାଁ ପୁଲିସ। ସମ୍ବିଧାନର ଧାରା ୨୪୩ ଅନୁସାରେ ଗତ ୮/୧୦/୨୧ ପୂର୍ବରୁ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ ରଖିବାକୁ ଦାବୀ କରିଥିଲେ ଆଦିବାସୀ ନେତାମାନେ। ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକ ସଭାପତି ସୁଦାମ ଚରଣ ଭୋଇଙ୍କ ସଭାପତିତ୍ୱ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଗୁଡ଼ଭେଳା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନୀ, ସଇଁତଲା ବ୍ଳକ ସଭାପତି ସନ୍ତୋଷ ପୁଟା,ବନମାଳୀ କୁଅଁର, ମୟ ପ୍ରଧାନୀ, ପୁରନ୍ଦର ଭୋଇ, ମହେନ୍ଦ୍ର ମଲ୍ଲିକ, ହେମ ସାଗର ଭୋଇ ,ବିଜୟ କାଳସାଏ ଉଦବୋଧନ ଦେଇ ସରପଞ୍ଚ ଓ ବ୍ଳକ ଅଧ୍ୟକ୍ଷ ପଦବୀ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କହିଥିଲେ। ଏହାପରେ ବିକ୍ଷୋଭ ପ୍ରଦର୍ଶନ ସ୍ଥାନରେ ଉପସ୍ଥିତ ଥିବା ଦେଓଗାଁ ବିଡିଓ ମୁରଲୀଧର ନାୟକଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଥିଲେ ସଂଘ କର୍ମକର୍ତ୍ତା। ଶାନ୍ତିଶୃଙ୍ଖଳା ପାଇଁ ଆଇଆଇସି ବାମଦେବ ଶଙ୍ଖୁଆଲ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories