ଟେପ୍ରେନ ଓ ମୁରସିଂହରେ ରଜ ପର୍ବ ପାଲିତ

ଦେଓଗାଁ : ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେଲା ରଜ ପର୍ବ ପାଳିତ ହେଉଛି। ଏଥିପାଇଁ ଗାଁଠୁ ସହର ଏବେ ରଜ ପର୍ବକୁ ନେଇ ଉତ୍ସବ ମୁଖର ହୋଇଛି। ପାଦରେ ଅଳତା ହାତରେ ମେହେନ୍ଦି ଲଗେଇ ଯୁବତୀ ମାନେ ସଜେଇ ହୋଇ ଉତ୍ସବ ମନଇେଛନ୍ତି। ଆଡ଼ମ୍ବର ସହକାରେ ରଜ ପର୍ବ ପାଳନ କରିଛନ୍ତି ପଶ୍ଚିମ ଓଡିଶାର ମୁରସିଂହ ଓ ଟେପ୍ରେନ ଗାଁ। ରଜ ପର୍ବର ଦ୍ବିତୀୟ ଦିନରେ ପାନ, ମିଠା, ଇଟିଲି ଖାଇ ନାଚ ଗୀତରେ ମସଗୁଲ ହୋଇ ପାଳନ କରିଛନ୍ତି। କୁନି କୁନି ଝିଅ ମାନେ ନୂଆ ପୋଷାକ ପିନ୍ଧି, ହାତରେ ମେହନ୍ଦି ଲଗାଇ ସଜବାଜ ହୋଇ ଗାଁ ଆମ୍ଭ ତୋଟାରେ ରଜ ଦୋଳି ଖେଳିଥିଲେ। ରଜରେ ରଜ ପାନ ଖାଇବା ସହିତ ରଜ ଗୀତ ଗାଇ ତିନି ଦିନ ମଉଜ ମଜଲିସରେ ରଜ ପର୍ବ ପାଳିତ ହୋଇଛି।

prayash

ଓଡ଼ିଶାର ପରମ୍ପରା, ସଂସ୍କୃତି, ଐତିହକୁ ରୁଦ୍ଧିମନ୍ତ ପାଇଁ ସ୍କୁଲର କୁଆଁରୀ ଝିଅମାନଙ୍କୁ ନେଇ ରଜ ପର୍ବ ପାଳନ କରିଥିଲେ। କୁତୁର୍ଲା ପଞ୍ଚାୟତର ମୁରୁସିଂ ଗାଁ ଓ ବନ୍ଧପଡା ପଞ୍ଚାୟତ ର ଟେପ୍ରେନ ଗାଁରେ ଝିଅ ମାନେ ଏକତ୍ରିତ ହୋଇ ବିଭିନ୍ନ ପ୍ରକାରର ଖେଳ ଖେଳି ପ୍ରତିଯୋଗିତା କରିଥିଲେ। ଏପରି କି ଗାଁ ମୁଣ୍ଡରେ ଥିବା ବର ଗଛରେ ଦୋଳି ଫାଣ୍ଡି ରଜ ଗୀତରେ ନାଚ ଗୀତା ଆସର ଜମାଇଥିଲେ। ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଟେପ୍ରେନ ଗାଁକୁ ବନ୍ଧପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ଯାଇ ରଜ ପର୍ବ ପାଳୁଥିବା ଝିଅମାନଙ୍କୁ ଉତ୍ସାହିତ କରିଥିଲେ।

kalyan agarbati

Comments are closed.