ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ବନଖଣ୍ଡ ଅଧିକାରୀଙ୍କ ବଦଳି ଦାବି କଲେ ପରିବେଶବୀତ୍

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡର ନରସିଂହପୁର ଓ ବଡମ୍ବା ବନାଞ୍ଚଳ ପାଲଟିଛି ଶିକାରୀମାନଙ୍କ ଭୂସ୍ୱର୍ଗ । ୧ମାସ ଭିତରେ ୪ଟି ପୋତାଯାଇଥିବା ହାତୀ କଙ୍କାଳ ଉଦ୍ଧାର ହେବା ଓ ଏକ ଦନ୍ତାହାତୀକୁ ଗୁଳିବିଦ୍ଧ କରି ମାରିବା ଘଟଣା ପରିବେଶବୀତମାନଙ୍କୁ ଘୋର ଆଘାତ ଦେଇଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା, ଦାୟିତ୍ୱହୀନତା, ବନ୍ୟପ୍ରାଣୀ ବିଶେଷତଃ ବନ୍ୟପ୍ରାଣୀ ଓ ହାତୀ ସୁରକ୍ଷା ଦିଗରେ ନିଷ୍କ୍ରିୟତା ପାଇଁ ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ଶିକାରୀମାନଙ୍କ ଦ୍ୱାରା ହାତୀ ମୃତ୍ୟୁବରଣ କରୁଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି । ହେଲେ ତଦନ୍ତରେ ସ୍ୱଚ୍ଛତା ଓ ନିରପେକ୍ଷତା ପାଇଁ ଅଧୁନା କାର୍ଯ୍ୟରତ ଆଠଗଡ ବନଖଣ୍ଡ ଅଧିକାରୀ ଗୋପିନାଥ ସୁଦର୍ଶନ ଯାଦବଙ୍କୁ ତୁରନ୍ତ ବଦଳି ପାଇଁ ପରିବେଶବୀତମାନେ ଦାବି କରିଛନ୍ତି। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପ୍ରାକ୍ତନ ଜଜ୍ ଚିତ୍ତରଞ୍ଜନ ଦାଶ କହିଛନ୍ତି, ତଦନ୍ତରେ ସ୍ୱଚ୍ଛତା, ନିରପେକ୍ଷତା ପାଇଁ ରାଜ୍ୟସରକାର ତୁରନ୍ତ ଆଠଗଡ ବନଖଣ୍ଡ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବାର ଆବଶ୍ୟକତା ରହିଛି।

prayash

ଯେହେତୁ ଗୁଳିବିଦ୍ଧ ଅବସ୍ଥାରେ ଦନ୍ତାହାତୀଟି ମୃତ୍ୟୁବରଣ କରିଛି ସଠିକ୍ ଚିକିତ୍ସା ମଧ୍ୟ ପାଇପାରିନାହିଁ । ବିଳମ୍ବରେ ଗୁଳିବିଦ୍ଧ ହାତୀକୁ ଠାବ କରାଯିବା ଏହା ବନବିଭାଗର କର୍ତ୍ତବ୍ୟରେ ଅବହେଳାର ଚରମ ନିଦର୍ଶନ। ଅନୁରୂପ ଭାବରେ ବଡମ୍ବା ବନାଞ୍ଚଳରୁ ୪ଟି ହାତୀ କଙ୍କାଳ ବାହାରିବା ଘଟଣା ମଧ୍ୟ ବନବିଭାଗର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ବନଖଣ୍ଡ ଅଧିକାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ନିମନ୍ତେ ଶ୍ରୀ ଦାସ ଦାବି କରିଛନ୍ତି । ଆଠଗଡ ବିକାଶ ମଞ୍ଚ ସଭାପତି ତଥା ପରିବେଶବୀତ ମାନସ ବସ୍ତିଆ ନରସିଂହପୁରରେ ଶିକାରୀଦ୍ୱାରା ହାତୀ ମୃତ୍ୟୁବରଣ କରିବା ଓ ବଡମ୍ବାରେ ୪ଟି ହାତୀର କଙ୍କାଳ ବାହାରିବା ଘଟଣାରେ ଘୋର ଉଦବେଗ ପ୍ରକାଶ କରିବା ସହିତ ଏହି ଘଟଣାରେ ଆଠଗଡ ବନଖଣ୍ଡ ଅଧିକାରୀ ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକତା ରହିଛି । ତେଣୁ ତଦନ୍ତରେ ସ୍ୱଚ୍ଛତା ଓ ନିରପେକ୍ଷତା ପାଇଁ ଅନ୍ୟତ୍ର ଦାବି କରିଛନ୍ତି।

kalyan agarbati

Comments are closed.