www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀ ହିଂସାରେ ଆପ୍ ସଦସ୍ୟ ସଂପୃକ୍ତି ଥିଲେ ମିଳିବ ଦୁଇଗୁଣ ଦଣ୍ଡ : କେଜରିୱାଲ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର ରୂପ ନେଇଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଚାଲିଥିବା ହିଂସାରେ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୩୭ ରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ଘଟଣା ସାମ୍ନାକୁ ଆସିଛି । ଉତ୍ତର ପୂର୍ବ ଦିଲ୍ଲୀରେ ସଂଘଟିତ ହୋଇଥିବା ହିଂସାକାଣ୍ଡ ଘଟଣାରେ ସାମ୍ୱାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ହିଂସା କାଣ୍ଡ ଘଟିଥିବା ଅଞ୍ଚଳ ମାନଙ୍କରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।


ତେବେ ଏହି ଦଙ୍ଗା ପଛରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆପନେତାଙ୍କ ସଂପୃକ୍ତିକୁ ନେଇ ଗଣମାଧ୍ୟକୁ ସୂଚନାଦେଇ କହିଛନ୍ତି ଯଦି ଆପର କୋଣସି ସଦସ୍ୟ ହିଂସା କାଣ୍ଡରେ ଜଡିତ ଅଛନ୍ତି ତେବେ ତାଙ୍କୁ ଦୁଇ ଗୁଣ ଦଣ୍ଡ ପ୍ରଦାନ କରାଯାଉ।

- Advertisement -

ସେହିଭଳି ଦିଲ୍ଲୀ ହଂସାକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ, ହିଂସାରେ ଘର ଜଳି ଯାଇଥିଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମିଳିବ ସେହିଭଳି ଦୋକାନ ଜଳିଯାଇଥିଲେ ମଧ୍ୟ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି କେଜରିୱାଲ ଘୋଷଣା କରିଛନ୍ତି ।

ସେହିଭଳି ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ସାବାଳକ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବା ବେଳେ ନାବାଳକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ହିଂସାରେ ଗମ୍ଭୀର ଭାବରେ ଆହାତ ହୋଇଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ମିଳିବାକୁ ଥିବା ବଳେ ସାମାନ୍ୟ ଆହାତଙ୍କୁ ୨୦ ହଜାର ଟଙ୍କା ମିଳିବ ବୋଲି କେଜରିୱାଲ ଘୋଷଣା କରିଛନ୍ତି । ଏହା ଛଡା ଆହାତ ହୋଇଥିବା କୌଣସି ବ୍ୟକ୍ତି ଯଦି କୌଣସି ପ୍ରାଇଭେଟ ମେଡିକାଲରେ ଚିତ୍କିସାଧୀନ ଥିବେ ତେବେ ତାଙ୍କର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ଦିଲ୍ଲୀ ସରକାର ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories