www.samajalive.in
Friday, December 5, 2025
26.1 C
Bhubaneswar

ଦିଲ୍ଲୀ ହିଂସା: ୨୨ ମାମଲା ରୁଜୁ, ୮୬ ପୁଲିସ କର୍ମଚାରୀ ଆହତ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ବୁଧବାର ସୁଦ୍ଧା ୨୨ଟି ମାମଲା ରୁଜୁ କରିଛି। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। କୃଷକମାନେ ଗତ ମଙ୍ଗଳବାର ଟ୍ରାକ୍ଟର ରାଲି କରିବା ସମୟରେ ଆଇନ ଉଲ୍ଲଂଘନ କରି ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ୮୬ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ହିଂସା ଘଟଣାରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଦିଲ୍ଲୀ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ସମସ୍ତ ପ୍ରବେଶ ପଥରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଲାଲକିଲ୍ଲା ଷ୍ଟେଶନର ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍‌  ସମେତ ଜାମା ମସଜିଦ ମେଟ୍ରୋ ଷ୍ଟେଶନ ଗେଟ୍‌କୁ ବନ୍ଦ କରିଦିଆଯାଇଛି। ଟିକରି ସୀମାରେ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି।

- Advertisement -

ଅନ୍ୟପଟେ ପଞ୍ଜାବ ଏବଂ ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି। ହରିୟାଣାର ୩ଟି ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories