ନିରଞ୍ଜନଙ୍କୁ ଦିଲ୍ଲୀ ପୁଲିସର ସମନ
ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସ ପାଇଁ ଅପ୍ରୀତିକର ପରିସ୍ଥିତି ସମ୍ମୁଖୀନ ହେବାକୁ ପଡୁଛି। ପ୍ରଥମେ ଗୋଟିଏ ପରେ ଗୋଟିଏ ବିଧାୟକ ଦଳ ଛାଡୁଥିବା ବେଳେ ବର୍ତ୍ତମାନ କଂଗ୍ରେସ ପିସିସି ସଭାପତିଙ୍କ ପାଇଁ ନୂଆ କଣ୍ଟା ଦେଖାଦେଇଛି। ଏକ ଠକେଇ ମାମଲାରେ କଂଗ୍ରେସ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସର ଅପରାଧ ଶାଖା(ଇଓଡବ୍ଲ୍ୟୁ) ସମନ୍ ଜାରି କରିଛନ୍ତି। ନିରଞ୍ଜନଙ୍କ ସହ ତାଙ୍କ ପୁଅ ଜ୍ୟୋତି ପଟ୍ଟନାୟକଙ୍କୁ ମଧ୍ୟ ସମନ୍ ଜାରି କରାଯାଇଛି। ଏ ନେଇ ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ।