ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳ ସ୍ଥିତ ଏକ କୋଚିଂ ସେଣ୍ଟରରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। କୋଚିଂ ସେଣ୍ଟରର ତୃତୀୟ ମହଲାରେ ନିଆଁ ଲାଗିଛି। ଖବର ପାଇ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ନିଆଁ ଲାଗିବା ପରେ କୋଚିଂ ସେଣ୍ଟରରେ ଥିବା ଛାତ୍ରଛାତ୍ରୀ ଜୀବନ ରକ୍ଷା ପାଇଁ ଦଉଡ଼ି ସାହାଯ୍ୟରେ ତଳକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ୍‌ ହୋଇଛି। ଏଥିରେ ଛାତ୍ରମାନେ କିପରି ଦଉଡ଼ିରେ ତଳକୁ ଓହଳିଛନ୍ତି ଏବଂ ଜଣଙ୍କ ପରେ ଜଣେ ତଳକୁ ଆସୁଛନ୍ତି ତାହା ଦେଖିବାକୁ ମିଳିଛି। କୋଚିଂ ସେଣ୍ଟରର ୪ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି।

Comments are closed.