ଦିଲ୍ଲୀର ମୁନ୍ଦକ ମେଟ୍ରୋ ଷ୍ଟେସନ୍ ନିକଟରେ ଅଗ୍ନିକାଣ୍ଡ – ୨୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା
ନୂଆଦିଲ୍ଲୀ – ଦିଲ୍ଲୀରେ ଥିବା ମୁନ୍ଦକ ମେଟ୍ରୋ ଷ୍ଟେସନ୍ ନିକଟରେ ଥିବା ଏକ କୋଠାଘରେ ନିଆଁ ଲାଗିବାରୁ ୨୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଶ୍ଚିମଦିଲ୍ଲୀର ଏହି ଅଟ୍ଟାଳିକାରେ ଅପରାହ୍ନ ସମୟରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଏଥିରେ ୩୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
#UPDATE | 20 bodies recovered in the fire at 3-storey commercial building which broke out this evening near Delhi's Mundka metro station, confirms Delhi Fire Director Atul Garg https://t.co/wrX7hoaw6I
— ANI (@ANI) May 13, 2022
ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ତିନିଜଣଙ୍କର ଶବ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଆଉଜଣଙ୍କର ଶବକୁ ଉଦ୍ଧାର କରାଯାଇଥିଲା ।
ଏହି ଗରର ମାଲିକଙ୍କୁ ପୁଲିସ ଗିରଫ କରିଛି । ବେଆଇନ ଭାବେ ଘର ତିଆରି କରିବା ସହ ସେଠାରେ ଅଗ୍ନି ନିରୋଧି ବ୍ୟବସ୍ଥା ନଥିବା ଜଣା ପଡିଛି । ୨୪ ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ନିଆଁ ଲିଭା କାର୍ଯ୍ୟରେ କ୍ରେନ୍ ବ୍ୟବହାର କରାଯାଉଛି ।
Comments are closed.