ସତ୍ୟେନ୍ଦ୍ର ଜୈନ୍ଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ମାମଲାରେ ସହ-ଅଭିଯୁକ୍ତ ବୈଭବ ଜୈନ ଏବଂ ଅଙ୍କୁଶ ଜୈନଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଗତ ବର୍ଷ ମେ’ ୩୦ରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା।
Delhi High Court dismisses bail plea of Delhi's former cabinet minister Satyendar Jain in the money laundering case
The court also dismisses the bail pleas of co-accused Vaibhav Jain and Ankush Jain in the case.
He was arrested by the Enforcement Directorate in the case on May… pic.twitter.com/Cc8uMBEApK
— ANI (@ANI) April 6, 2023
ଇଡି ଅର୍ଥ ହେରଫେର ମାମଲାର ଯାଞ୍ଚ କରୁଛି। ସତ୍ୟେନ୍ଦ୍ର ଜୈନ୍ଙ୍କୁ ୨୦୨୨ ମସିହା ମେ’ ମାସରେ ଗିରଫ କରାଯାଇଥିଲା। ସେବେଠାରୁ ଜୈନ୍ ଜେଲରେ ଅଛନ୍ତି। ଜୈନଙ୍କ ବିରୋଧରେ ତାଙ୍କ ସହ ଜଡ଼ିତ ଚାରିଟି କମ୍ପାନୀ ମାଧ୍ୟମରେ ଟଙ୍କା ହେରଫେର ଅଭିଯୋଗ ହୋଇଛି।
Comments are closed.