www.samajalive.in
Monday, December 15, 2025
16.1 C
Bhubaneswar

ଫୁଟିବ ପଦ୍ମ, ହଟିବ ଝାଡ଼ୁ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଶେଷ ହୋଇଛି। ଭୋଟ ଗ୍ରହଣ ଶେଷ ପରେ ସନ୍ଧ୍ୟାରେ ବୁଥ ବାହୁଡ଼ା ମତ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ବୁଥ ବାହୁଡା ମତ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବ। ୫ଟି ଏଜେନ୍ସିର ହାରାହାରି ଆକଳନ ଅନୁଯାୟୀ ବିଜେପି ବିଧାନସଭାର ମୋଟ ୭୦ଟି ଆସନରୁ ୪୩ଟିରେ ବିଜୟୀ ହେବ। କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି  ୨୬ଟି ଆସନରେ ସୀମିତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। କଂଗ୍ରେସ ୧ କିମ୍ବା ୨ଟି ଆସନ ପାଇବ। ବିଭିନ୍ନ ପୋଲ୍ ଏଜେନ୍ସି ପକ୍ଷରୁ କରାଯାଇଥିବା ଆକଳନ ମଧ୍ୟରେ ପିପୁଲ୍ସ ପଲ୍ସ କହିଛି ଯେ ବିଜେପି ୫୧ରୁ ୬୦ଟି ଆସନରେ ବିଜୟୀ ହେବ। ଆପ୍ ୧୦ରୁ ୧୯ ଆସନ ପାଇବ। ସେହିପରି ମାଟ୍ରିଜ୍‌ର ଆକଳନ ଅନୁଯାୟୀ ବିଜେପି ୩୫ରୁ ୪୦, ଆପ୍ ୩୨ରୁ ୩୭ ଓ କଂଗ୍ରେସ ଗୋଟିଏ ଆସନ ପାଇବ। ମାଇଣ୍ଡ ବ୍ରିକ୍ସର ଆକଳନ ଅନୁଯାୟୀ ବିଜେପି ୨୧ରୁ ୨୫ଟି ଓ ଆପ୍ ୪୪ରୁ ୪୯ଟି ଆସନ ପାଇବ ବୋଲି ଆକଳନ କରାଯାଇଛି। ଜେଭିସିର ଆକଳନ ଅନୁଯାୟୀ ବିଜେପି ୩୯ରୁ ୪୫, ୨୨ରୁ ୩୧ ଓ କଂଗ୍ରେସ ୨ଟି ଆସନ ପାଇବ। ଏକ୍‌ଜିଟ୍ ପୋଲ୍‌ରେ ଆପ୍‌ର ପରାଜୟ ଆକଳନ କରାଯିବା ପରେ ନିର୍ବାଚନକୁ ନେଇ ରାଜନୈତିକ ସମୀକ୍ଷା ଆରମ୍ଭ ହୋଇଛି। ନିର୍ବାଚନରେ ଯଦି ଆପ୍ ପରାସ୍ତ ହୁଏ ତେବେ ଏଥିପାଇଁ କଂଗ୍ରେସକୁ ଦାୟୀ କରାଯିବ। କାରଣ ଆପ୍‌ର ମୁସଲମାନ ଭୋଟକୁ କଂଗ୍ରେସ ବିଭାଜନ କରିବାରୁ ବିଜେପିକୁ ଫାଇଦା ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିବା ଆରମ୍ଭ କରିଛନ୍ତି।
ଅତୀତରେ ବିଭିନ୍ନ ଏକଜିଟ୍ ପୋଲର ପୂର୍ବାନୁମାନ ଭୁଲ୍ ପ୍ରମାଣିତ ହୋଇଥିବା ବେଳେ ଏହା ମଧ୍ୟ ଭୁଲ୍ ହେବ ବୋଲି ଆପ୍ ପକ୍ଷରୁ କୁହାଯାଇଛି। ଆପ୍‌ର ରାଷ୍ଟ୍ରୀୟ ମୁଖପାତ୍ର ରୀନା ଗୁପ୍ତା କହିଛନ୍ତି ଯେ ୨୦୧୫ ଓ ୨୦୨୦ ନିର୍ବାଚନ ବେଳେ ଏକ୍‌ଜିଟ୍ ପୋଲ୍‌ରେ ତାଙ୍କ ଦଳକୁ ନେଇ ଭୁଲ୍‌ ଆକଳନ
କରାଯାଇଥିଲା। ଏଥର ମଧ୍ୟ ଏକଜିଟ୍ ପୋଲ୍‌ ଭୁଲ୍ ପ୍ରମାଣିତ ହେବା ସହିତ ଆପ୍ ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବ। ତେବେ ବିଜେପିର ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବ କହିଛନ୍ତି ଯେ ଆପ୍‌-ଦା ସରକାରର କାର୍ଯ୍ୟ ଶେଷ ହୋଇଛି। ଫେବୃଆରୀ ୮ରେ ଭୋଟ ଗଣତି ହେବା ସହିତ ଏହାର ବାସ୍ତବ ତଥ୍ୟ ସାମନାକୁ ଆସିବ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories