www.samajalive.in
Saturday, December 6, 2025
14.1 C
Bhubaneswar

ନିଯୁକ୍ତ ହେବେ ୨୭୫୩ ସ୍ବାସ୍ଥ୍ୟ କର୍ମୀ: ରହିତାଦେଶ ହଟାଇଲେ ହାଇକୋର୍ଟ

କଟକ : ଓଡ଼ିଶା ସବର୍ଡିନେଟ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ ଦ୍ବାରା ପରିଚାଳିତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ମାମଲାରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶକୁ ବୁଧବାର ଉଠାଇ ଦେଇଛନ୍ତି। ଓଏସଏସ‌ଏସସି ତରଫରୁ ମନୋନୟନ ଓ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।  କିନ୍ତୁ ଆବେଦନକାରୀ ୪ ଜଣଙ୍କ ଆବେଦନର ରାୟ ପ୍ରକାଶ ପରେ ସେମାନଙ୍କ ପାଇଁ ହାଇକୋର୍ଟଙ୍କ ଆଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାମଲାର ଶୁଣାଣି କରି ବିଚାରପତି ଆଦିତ୍ୟ ମହାପାତ୍ର ଆଦେଶ ଦେଇଛନ୍ତି। ଫଳରେ ବହୁବିଧ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିି ଲାଗି ବାଟ ଫିଟିଛି। ୨୦୨୩ ଏପ୍ରିଲ ୨୯ରେ ଓଏସଏସ‌ଏସସି ପକ୍ଷରୁ ୨୭୫୩ଟି ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ମହିଳା)
ପଦ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମେ ମାସ ୧ରୁ ୩୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଆବେଦନ ତାରିଖ ରହିଥିଲା। ପରୀକ୍ଷା ଶେଷ ହେବା ପରେ ୨୦୨୩ ଡିସେମ୍ବର ୭ରେ ଓଏସଏସ‌ଏସସି ଏକ ନୋଟିସ ଜାରି କରିବା ସହ ଉତ୍ତର ସିଟ୍‌ ପ୍ରକାଶ କରିଥିଲା। ଏହାର ଦୁଇମାସ ପରେ ଅର୍ଥାତ୍‌ ୨୦୨୪ ଫେବୃଆରୀ ୫ରେ ଓଏସଏସ‌ଏସସି ପ୍ରକାଶ କରିଥିବା ଉତ୍ତର ଖାତାର ତ୍ରୁଟି ସଂଶୋଧନ କରିଥିଲା। ୮ଟି ପ୍ରଶ୍ନର ଗେସ ମାର୍କ ଆଧାରରେ ନିଯୁକ୍ତି ଦେବା ଲାଗି ଓଏସଏସ‌ଏସସି ପକ୍ଷରୁ ସ୍ଥିର କରାଯାଇଥିଲା। ମାତ୍ର ଏପରି ନିଯୁକ୍ତି ଦ୍ବାରା ବହୁ ମେଧା ଆଶାୟୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେବେ ଏବଂ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ଥିବା ଅଭିଯୋଗ ଆଣି ବହୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ଅଦାଲତରେ ଜବାବ ରଖିବା ପରେ ଅଦାଲତ ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories