ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଆପର ଅଭିଯାନ

0

ନୂଆଦିଲ୍ଲୀ : ଦିଲ୍ଲୀର ଶାସନାଧୀନ ଆମ ଆଦମୀ ପାର୍ଟି (ଆପ) ପୁଣି ଥରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଛି। ଦଳ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅଭିଯାନ ଆରମ୍ଭ କରିଛି। ଉପରାଜ୍ୟପାଳଙ୍କ ବିରୋଧରେ ‘ଏଲ୍‍ଜି ଦିଲ୍ଲୀ ଛାଡ଼’ ସ୍ଲୋଗାନ ଦେଇ ଆପ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜେରିୱାଲ କହିଥିଲେ ଯେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ସ୍ୱାଧୀନତା ସଂଗ୍ରାମ ଭଳି। ଆପର ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ସାହର ସହ ଏହି ଅଭିଯାନରେ ଯୋଗ ଦିଅନ୍ତି ଓ ଏହାକୁ ସଫଳ କରନ୍ତୁ। ବ୍ରିଟିଶ ଶାସନ କାଳରେ ମହାତ୍ମା ଗାନ୍ଧି ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ। ଏବେ ଆପ ‘ଏଲ୍‍ଜି ଦିଲ୍ଲୀ ଛାଡ଼’ ଅଭିଯାନ ଆରମ୍ଭ କରିଛି। ୧୯୪୭ରେ ଭାରତ ସ୍ୱାଧୀନତା ଲାଭ କରିଥିବା ଏବଂ ବ୍ରିଟିଶର ସମସ୍ତ ଭାଇସରୟଙ୍କୁ ହଟାଇ ନିଆଯାଇଥିଲା। କିନ୍ତୁ ଦିଲ୍ଲୀରେ ଉପରାଜ୍ୟପାଳ (ଏଲ୍‍ଜି)ଙ୍କୁ ଭାଇସରୟଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ସେ ସୂଚନା ଦେଇଥିଲେ ଯେ ଜୁନ୍‍ ୧୭ରୁ ୨୪ ମଧ୍ୟରେ ବିଧାୟକ ଏବଂ ଆପ ନେତା ରାଜଧାନୀ ଦିଲ୍ଲୀର ୩୦୦ ସ୍ଥାନରେ ସଭାର ଆୟୋଜନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ମାସରେ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରୁ ଆରମ୍ଭ ହେବ।

Leave A Reply