www.samajalive.in
Sunday, December 7, 2025
18.1 C
Bhubaneswar

ଦୀପିକାଙ୍କ ଶାଢ଼ିର ଗ୍ରାହକ ୪୦୦ରୁ ଅଧିକ

ମୁମ୍ବଇ : ଭାରତୀୟ ମହିଳା ଯେତେପ୍ରକାର ଅତ୍ୟାଧୁନିକ ପୋଷାକ ପିନ୍ଧିଲେ ମଧ୍ୟ ଶାଢ଼ି ପ୍ରତି ମୋହ ତାଙ୍କର କମ୍ ହୋଇନଥାଏ। ଆମ ସିନେସୁନ୍ଦରୀମାନେ ଯଦିଓ ବିଦେଶରେ ବର୍ଣ୍ଣାଢ଼୍ୟ ବିବାହ କରୁଛନ୍ତି, କିନ୍ତୁ ଭାରତୀୟ ପରିଧାନ ହିଁ ପିନ୍ଧିବାକୁ ପ୍ରାଥମିକତା ଦେଇଥାନ୍ତି। ବଲିଉଡର ବାଜିରାଓ ମସ୍ତାନୀ ରଣବୀର ସିଂ ଓ ଦୀପିକା ପାଦୁକୋନ୍ ମଧ୍ୟ ଇଟାଲୀର ଟୁସ୍କାନିରେ ବିବାହ ସମ୍ପନ୍ନ କରିଛନ୍ତି, ଦୁହେଁ ଡିଜାଇନର ଭାରତୀୟ ପୋଷାକ ହିଁ ପିନ୍ଧିଥିଲେ। ଏଇ ବର୍ଣ୍ଣାଢ୍ୟ ବିବାହ ସମ୍ପନ୍ନ ହେବା ପରଠାରୁ ଦୀପିକା ପାଦୁକୋନ୍ ପିନ୍ଧିଥିବା ଦାମୀ ଲେହଙ୍ଗା ଓ ଶାଢ଼ିକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ନାମୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଡିଜାଇନ୍ କରିଥିବାବେଳେ ବେଙ୍ଗାଲୁରୁର ସବୁଠୁ ଲୋକପ୍ରିୟ ଶାଢ଼ି ଦୋକାନରେ ଏସବୁ ତିଆରି କରାଯାଇଥିଲା। ଦୀପିକା ବେଙ୍ଗାଲୁରୁରେ ଆୟୋଜିତ ଭବ୍ୟ ଭୋଜିରେ ଶାଶୂ ଦେଇଥିବା ଉପହାର ଶାଢ଼ିକୁ ପିନ୍ଧିଥିଲେ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନେଲି ରଙ୍ଗର ଏଇ ଶାଢ଼ିର ଫଟୋ ସୋସିଆଲ ସାଇଟ୍‌ରେ ଅପଲୋଡ ହେବା ପରେ ସେଇ ଦୋକାନକୁ ଗ୍ରାହକ ଛୁଟିବାରେ ଲାଗିଛନ୍ତି। ଗତ କିଛିଦିନ ମଧ୍ୟରେ ୪୦୦ରୁ ଅଧିକ ସେଇ ଡିଜାଇନ୍ ଶାଢ଼ିର ବରାଦ୍ ଦିଆସାରିଛି। ଦୋକାନର ସିଇଓ ରାଧାରମଣଙ୍କ ମତରେ ୨୫ଜଣ କାରିଗର ଦୀପିକାଙ୍କ ବିବାହ ଲେହଙ୍ଗା ଓ ଶାଢ଼ିକୁ ୭ ମାସରେ ତିଆରି କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories