www.samajalive.in
Sunday, December 14, 2025
19.1 C
Bhubaneswar

ଦୀପାବଳିରେ ଅନିଦ୍ରା ରହିବାର କାରଣ

ଦୀପାବଳି ରାତିରେ ଅନିଦ୍ରା ରହିବାର କାରଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏହାର ଅନେକ ମହତ୍ତ୍ବ ମଧ୍ୟ ରହିଛି। କୁହାଯାଇଛି ଯେ, ଦେବୀ ଲକ୍ଷ୍ମୀ ରାତ୍ରି ଭ୍ରମଣ ସମୟରେ ଅନେକ ସ୍ଥାନ ଯାଇଥାନ୍ତି। ଏହି ସମୟରେ କେଉଁମାନେ ଉଜାଗର ରହି ମା’ ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତି ସେ ଦେଖି ଥାଆନ୍ତି। ଅନିଦ୍ରା ରହି ମା’ ଲକ୍ଷ୍ମୀଙ୍କ ଧ୍ୟାନ କରୁଥିବା ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ରହିଥାଏ।

ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଦୀପାବଳୀର ରାତିକୁ ସିଦ୍ଧି ପ୍ରାପ୍ତିର ରାତ୍ର କୁହାଯାଇଥାଏ। ଏହି ରାତିର ଉଚିତ ଭାବେ ପୂଜା କରିବା ଦ୍ବାରା ସମସ୍ତ କାର୍ୟ୍ୟରେ ସଫଳତା ମିଳିଥାଏ। ତାନ୍ତ୍ରିକମାନେ ମଧ୍ୟ ଏହିଦିନ ତନ୍ତ୍ର ସାଧନା କରି ସିଦ୍ଧି ପ୍ରାପ୍ତି କରିଥାଆନ୍ତି।

- Advertisement -

ବ୍ୟବସାୟୀମାନେ ଦୀପାବଳୀ ରାତିରେ ନିଜର ପୁରୁଣା ହିସାବ ଖାତାବହି ବଦଳାଇ ଦିଅନ୍ତୁ। ଏବଂ ନୂଆ ଖାତାର ଆରମ୍ଭ କରନ୍ତୁ। ଯଦି ଏହିଦିନ ଅନିଦ୍ର ରହିବା ବଦଳରେ ଶୋଇ ଯାଆନ୍ତି ତେବେ ବ୍ୟବସାୟରେ କ୍ଷତି ହୋଇଥାଏ ବୋଲି ବିଶ୍ବାସ ରହିଛି। ତେଣୁ ବ୍ୟବସାୟୀମାନେ ଦୀପାବଳି ରାତିରେ ଉଜାଗର ରହିବା ଉଚିତ। ଏପରି କରିବା ଦ୍ବାରା ବ୍ୟବସାୟରେ ଉନ୍ନତି ହେବା ସହ ଲାଭ ମଧ୍ୟ ହୋଇଥାଏ।

ଖରାପ କାର୍ୟ୍ୟ କରୁଥିବା ଲୋକମାନେ ଅନିଦ୍ରା ରହିଥାନ୍ତି। ଏହାଦ୍ବାରା ସେମାନେ ସଫଳତା ପାଇଥାନ୍ତି। ଦୀପାବଳି ରାତିରେ ଉଭୟ ସକରାତ୍ମକ ଓ ନକରାତ୍ମକ ଲୋକମାନେ ନିଜ ନିଜ କାର୍ୟ୍ୟରେ ସଫଳତା ପାଇଁ ଅନିଦ୍ରା ରହିଥାନ୍ତି।

ଆଲେଖ୍ୟ- ପ୍ରଜ୍ଞାସିନୀ ମଲ୍ଲିକ

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories