www.samajalive.in
Sunday, December 14, 2025
14.1 C
Bhubaneswar

କୋଣାର୍କର ବିଭିନ୍ନ ସମସ୍ୟା ନେଇ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲା କଂଗ୍ରେସ

କୋଣାର୍କ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ଭଳି ପର୍ୟ୍ୟଟନ ସ୍ଥଳୀକୁ ଲକ୍ଷାଧିକ ପର୍ୟ୍ୟଟକ ପ୍ରତିଦିନ ଆସୁଥିବା ବେଳେ କୋଣାର୍କରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଯାହା ଫଳରେ କୋଣାର୍କ ବିଶ୍ୱ ଦରବାରରେ ନିନ୍ଦିତ ହେବାକୁ ପଡୁଛି। ଏ ନେଇ ଗୁରୁବାର ଅପରାହ୍ନ ୪ଟାରେ କୋଣାର୍କ ନଗର କଂଗ୍ରେସ କମିଟି ସଭାପତି ଭରତ ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ନିନ୍ଦା କରାବା ସହ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି। ଆଗାମୀ ୨୫ ଦିନ ମଧ୍ୟରେ କୋଣାର୍କର ସମସ୍ୟାର ସମାଧାନ ନହୁଏ ତେବେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନଗର କଂଗ୍ରେସ ତରଫରୁ କୁହାଯାଇଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଧାରଣ ସମ୍ପାଦକ ତଥା ଯୁବ ଓ ଛାତ୍ର କଂଗ୍ରେସ ପ୍ରଭାରୀ ବିଶ୍ୱ ଭୂଷଣ ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କୋଣାର୍କରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଏହାକୁ ସିଏଚସି ରେ ପରିଣତ କରିବା, କୋଣାର୍କ କଲେଜକୁ ସ୍ଥାୟୀ ଜମିପଟା ଯୋଗାଇ ଦେବା, କୋଣାର୍କ ଜମିଜମା ସମସ୍ୟାର ସମାଧାନ, କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ବେନିୟମ ଭାବେ ଗଢି ଉଠିଥିବା କୋଠା ଓ ଲଜ୍ ବନ୍ଦ କରିବା ଆଦି ୬ ଗୋଟି ଦଫା ନେଇ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ତୁରନ୍ତ ସମାଧାନ କରିବାକୁ ଦାବି ଜଣାଇଛନ୍ତି। ଏହି ଅବସରରେ ପୂର୍ବତନ କାଉନସିଲର ଉପେନ୍ଦ୍ର କାଣ୍ଡି, ବିଜୟ ନନ୍ଦି, ସ୍ୱାଧୀନ ନାୟକ, ସୁବୋଧ ଖଟୁଆ ଓ ଦଳିତ ନେତା ପ୍ରତାପ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories