କ୍ରସର ବେକରରେ ଚାପିହୋଇ ଜଣଙ୍କର ମୃତ୍ୟୁ
ଲକ୍ଷ୍ମୀପୁର : ମୃତ୍ୟୁ ଏମିତି ବି ଆସେ। ଜଣେ ସମ୍ପର୍କୀୟଙ୍କ ମୃତଦେହ ସତ୍କାର ପାଇଁ ଆସି ଫେରୁଥିବା ବେଳ ଆଶ୍ଚର୍ଯ୍ୟ ଜନକ ଭାବରେ ମୃତ୍ୟୁ ବରଣ କରିଛନ୍ତି ସୁରେନ୍ଦ୍ର କନ୍ଦପାନ ନାମକ ୫୫ ବର୍ଷର ଜଣେ ବ୍ୟକ୍ତି। ସୁରେନ୍ଦ୍ରଙ୍କ ଘର ବ୍ଲକର ତୁନପାର ଗ୍ରାମରେ ସେ ଦାମନଯୋଡ଼ରେ ଶ୍ରମିକ ଭାବରେ କାମ କରି ଏକ ମାତ୍ର ପୁଅ ଓ ପତ୍ନୀଙ୍କ ସହିତ ରହୁଥିଲେ। ତେବେ ତୟାପୁଟ ଗ୍ରାମରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଗୁରୁବାର ମୃତ୍ୟୁ ହୋଇଥିଲା। ଫଳରେ ସୁରେନ୍ଦ୍ରଙ୍କ ସହିତ ତାଙ୍କ ପତ୍ନୀ ଓ ତୁନପାର ଗ୍ରାମର ଆଉ କିଛି ଲୋକ ଆସିଥିଲେ ସେହି ଶବ ସତ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ। ଫେରିବା ବେଳେ ଏକ ଇଚର ଭ୍ୟାନ ଜେକେପୁରରୁ ଏକ କ୍ରସର ମେସିନର ବ୍ରେକର ନେଇ ଜୟପୁର ଗଲାବେଳେ ସମସ୍ତେ ସେଥିରେ ଉଠି କରି ଯାଇଥିଲେ। ତେବେ ଗାଡି ଡାଲାର ପଛ ଭାଗରେ ମହିଳାମାନେ ଛିଡ଼ା ହୋଇିଥିବା କାରଣରୁ ସୁରେନ୍ଦ୍ର ଡାଲାର ଆଗକୁ ଚାଲିଯାଇ ଛିଡ଼ା ହୋଇଥିଲେ। କିଛି ବାଟ ଗଲା ପରେ ଗଡ଼ାଣି ରାସ୍ତାରେ ବ୍ରେକର ମେସିନଟି ଆଗକୁ ଖସି ଯିବା କାରଣରୁ ଚାପି ହୋଇ ଗୁରୁତର ଭାବରେ ଆହତ ହୋଇଥିଲେ ସୁରେନ୍ଦ୍ର। ତାଙ୍କୁ ପ୍ରଥମରେ କାକିରିଗୁମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ଏବଂ ସେଠାରୁ ବିଶାଖାପାଟଣା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଘଟିଛି। ଗାଡ଼ିଟିକୁ ଜବତ କରାଯିବା ସହିତ ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଛେଦ ପରେ ପରିବାର ଜୀମା ଦିଆ ଯାଇଛି।
Comments are closed.