BJD Bijuli 480×75 Mob

କେଶ ପ୍ରତିରୋପଣର ୪୦ ଘଣ୍ଟା ପରେ ବ୍ୟକ୍ତିଙ୍କ ମୃତ୍ୟୁ

BJD Bijuli 480×75 Mob
0

ମୁମ୍ବଇ : ମୁମ୍ବଇର ପାବଇରେ ଏକ ୪୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୁଧବାର ପୁଲିସର କହିବା ଅନୁସାରେ ମୃତ୍ୟୁର ୪୦ ଘଣ୍ଟା ପୂର୍ବରୁ ସେ ୧୨ ଘଣ୍ଟା ଧରି ଏକ କ୍ଲିନିକରେ କେଶ ପ୍ରତିରୋପଣ କରିଥିଲେ। ସୂଚନା ଅନୁସାରେ ମୃତକ ବ୍ୟବସାୟୀ ଶ୍ରବଣ କୁମାର ଚୌଧୁରୀ ମାର୍ଚ୍ଚ ୭ ତାରିଖରେ କେଶ ପ୍ରତ୍ୟାରୋପଣ କରିଥିଲେ। ଏହି କେଶ ପ୍ରତିରୋପଣ ପ୍ରକିୟା ମାର୍ଚ୍ଚ ୮ ତାରିଖରେ ଶେଷ ହେବାପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏହାପରେ ଶ୍ରବଣ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବାକୁ ଲାଗିଲା। ପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୯ ତାରିଖ ଅପରାହ୍ନରେ ଏଲର୍ଜି କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନଫିଲୋକେସିସ୍‍ ଏଲର୍ଜି ଯୋଗୁଁ ଏହା ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ରିପୋର୍ଟ ଦାଖଲ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ଏକାଥରେ ସେ ୯ହଜାର କେଶ ଲଗାଇବା ପାଇଁ ଚାହୁଁଥିଲେ। ଯାହା ଚିକିତ୍ସା ନିୟମକୁ ଉଲଙ୍ଘନ କରୁଛି। ଏହି ପ୍ରତିରୋପଣ ପ୍ରକିୟା ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ହୋଇଥିଲା। ତେଣୁ ପୁଲିସ ଶବବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି।

Leave A Reply