www.samajalive.in
Sunday, December 7, 2025
14.1 C
Bhubaneswar

କାନରେ ବଲ୍‌ ବାଜି ଏମବିବିଏସ ଛାତ୍ର ମୃତ

ବ୍ରହ୍ମପୁର: କ୍ରିକେଟ ଖେଳୁଥିବା ବେଳେ କାନରେ ବଲ୍‌ ବାଜିବାରୁ ଜଣେ ମେଡିକାଲ ଛାତ୍ରଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ର ବିଶ୍ୱଭୂଷଣ ସାହୁ(୨୪)।

ବ୍ରହ୍ମପୁର ଲାଞ୍ଜିପଲି ଅଂଚଳରେ ରହୁଥିବା ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ କିଛି ଦିନ ହେବ ଘରକୁ ଆସିଥିବା ବେଳେ ଆଜି ସକାଳୁ ଏମକେସିଜି ମେଡିକାଲ ପଡିଆରେ ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳୁଥିଲେ। ଜଣେ ସାଙ୍ଗ ବୋଲିଂ କରୁଥିବା ବେଳେ ବିଶ୍ୱଭୂଷଣ  ବ୍ୟାଟିଂ କରୁଥିଲେ। ଖେଳ ଭିତରେ ବଲଟି ବିଶ୍ୱଭୂଷଣଙ୍କ କାନରେ ବାଜିଥିଲା। ସେ ସଙ୍ଗେ ସଙ୍ଗେ ଅଚେତ ହୋଇ ପଡି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏମକେସିଜି ଫାଣ୍ଡି ପୁଲିସ ପହଞ୍ଚି ମୃତ ଡାକ୍ତରୀ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଶ୍ୱଭୂଷଣଙ୍କ ବିୟୋଗରେ ପରିବାର ସଦସ୍ୟ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories